ମାନସିକ ଅବସାଦ ଦୂର କରେ ପୁଦିନା ଚା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମାନସିକ ଅବସାଦ ଦୂର କରେ ପୁଦିନା ଚା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଅବଶ୍ୟ ଜାଣିଥିବେ ଯେ ପୁଦିନା ପତ୍ର ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ପୁଦିନା ପତ୍ର ଖାଇବା ଦ୍ୱାରା ଆପଣ ନିଜ ଶରୀରକୁ ଅନେକ ରୋଗରୁ ସୁରକ୍ଷା ଦେଇପାରିବେ। ପୁଦିନାକୁ ଅନେକ ଚଟଣୀ ଭାବେ ଖାଦ୍ୟରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଆପଣ କେବେ ପୁଦିନା ପତ୍ରର ଚା’ ପିଇଛନ୍ତି କି ? ଯଦି ନୁହେଁ, ତେବେ ଆସନ୍ତୁ ପୁଦିନା ପତ୍ର ଚା’ ତିଆରି କରିବାର ପ୍ରଣାଳୀ ଓ ଏହାର ଶରୀର ପାଇଁ ଉପକାରିତା ସମ୍ପର୍କରେ ଜାଣିବା।

ପୁଦିନା ଚା’ର ଉପକାରିତା
ପୁଦିନ ପତ୍ରର ଚା’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏହା ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରିବା ସହ ଏହାକୁ ସହଜ କରିଥାଏ। ପୁଦିନ ଚା’ ପରିସ୍ରା ଜଳାପୋଡ଼ା ଦୂର କରେ ଏବଂ ଶ୍ୱାସଜନିତ ସମସ୍ୟା ଓ ଶ୍ୱାସ ନଳୀରେ ସଂକ୍ରମଣକୁ ଭଲ କରିଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଦିନା ପତ୍ରରୁ ପ୍ରସ୍ତୁତ  ଚା’ ମାନସିକ ଅବସାଦ ଦୂର କରେ। ଏପରିକି ଏହା ଶରୀରକୁ କ୍ୟାନସର୍‌ରୁ ସୁରକ୍ଷା ଦିଏ।

ପୁଦିନା ଚା’ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ
ପୁଦିନା ପତ୍ର, ଗୋଲ ମରିଚ,କଳା ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ସେଥିରେ ୮ରୁ ୧୦ ଟି ପୁଦିନା ପତ୍ର, ଗୋଲ ମରିଚ, କଳା ଲୁଣ ପକାଇ ପାଣିକୁ ଫୁଟାନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇ ଯାଇଛି ପୁଦିନା ଚା’। ଆପଣ ଏହାକୁ ନିତିଦିନ ପିଅନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଓ ମନକୁ ସୁସ୍ଥ ରଖନ୍ତୁ।



from Odisha Reporter https://ift.tt/2qFU96J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages