ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ପୂର୍ବତନ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ପୂର୍ବତନ ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ଜଣେ ପୂର୍ବତନ ସାଂସଦ। ନାଁ ତାଙ୍କର ନାରାୟଣ ସାହୁ। ବୟସ ୮୦ ହେବ। ସେ ପାଲଲହଡ଼ାରୁ ଦୁଇ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୯୮୦ମସିହାରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଧୀରେ ଧୀରେ ରାଜନୀତିରୁ ଆଦର୍ଶ ଦୂରେଇ ଯିବାରୁ ସେ ରାଜନୀତିକ ଜୀବନରୁ ଦୂରେଇ ଗଲେ। ଆଉ ନିଷ୍ପତ୍ତି ନେଲେ ଶେଷ ଜୀବନ ଛାତ୍ର ଭାବେ ବିତେଇବେ।

୧୯୬୩ ମସିହାରେ ରେଭେନ୍ସାରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ନାରାୟଣ ସାହୁ। ଆଉ ୪୬ ବର୍ଷ ପରେ ୨୦୦୯ରେ ପୁଣିଥରେ ଆରମ୍ଭ କଲେ ଛାତ୍ର ଜୀବନ। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୦୦୯ରୁ ୧୧ ଯାଏ ସ୍ନାତକୋତ୍ତର ଡିଗ୍ରୀ ଓ ୨୦୧୨ରେ ଫିଲୋସୋଫିରେ ଏମ୍‌ଫିଲ୍‌ କଲେ। ଆଉ ଏବେ ପିଏଚ୍‌ଡି କରୁଛନ୍ତି ନାରାୟଣ। ପଛୁଆ ଅଞ୍ଚଳରୁ ଆସିଥିବା ନାରାୟଣ ଉଚ୍ଚ ଶିକ୍ଷା ଲାଭ କରିପାରିନଥିଲେ। ଯାହାକୁ ସେ ଏବେ ସାକାର କରୁଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ହଷ୍ଟେଲ୍ ରୁମ୍ ନଂ ୨୪ରେ ରହୁଛନ୍ତି ନାରାୟଣ। ଅନ୍ତେବାସୀଙ୍କ ସହ ବେଶ୍ ଥଟା ମଜା ମଧ୍ୟ କରୁଛନ୍ତି। ନାରାୟଣଙ୍କ ମେଳାପି ପ୍ରକୃତି ତାଙ୍କୁ ଅନ୍ତେବାସୀଙ୍କ ଗହଣରେ ସ୍ୱତନ୍ତ୍ର ପରିଚୟ ଦେଇଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତରେ ନାରାୟଣଙ୍କ ଏଭଳି ପ୍ରଚେଷ୍ଟା ଅନ୍ୟ ଛାତ୍ରଙ୍କ ପାଇଁ ଉଦାହରଣ ହୋଇ ରହିବ।



from Odisha Reporter https://ift.tt/2F1EuZC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages