
ଝାରସୁଗୁଡ଼ା (ଭାଗିରଥୀ ସାହୁ): ରେଲୱେ ଷ୍ଟେସନର ଉନ୍ନତିକରଣ ଓ ୩ଟି ଟ୍ରେନ୍ ରହଣି ସହ ୬ ଦଫା ଦାବି ନେଇ ଆଜି ବେଲପାହାଡ଼ ବନ୍ଦ ଡାକରା ଦିଆଯାଇଛି। ବେଲପାହାଡ଼ ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି।
ଗତକାଲି ଜିଲ୍ଲାପାଳ ଓ ରେଳ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଅଞ୍ଚଳବାସୀଙ୍କ ଦାବିକୁ ନେଇ ଆଲୋଚନା ହୋଇଥିଲା। ତେବେ ଆଲୋଚନା ବିଳଫ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ନମିଳିବାରୁ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ରେଳ ବିଭାଗ ବେଲପାହାଡ଼ ଷ୍ଟେସନ ଜରିଆରେ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିଲେ ମଧ୍ୟ ଅଞ୍ଚଳର ଉନ୍ନତିକରଣ ପାଇଁ କିଛି ପଦକ୍ଷେପ ନେଉ ନଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଠାରେ କିଛି ସୁବିଧା କରାଯାଇ ନଥିବା ମଧ୍ୟ ମଞ୍ଚ ଅଭିଯୋଗ କରିଛି।
from Odisha Reporter https://ift.tt/2QNKxlJ
No comments:
Post a Comment