
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଧୋନିଙ୍କ ସମ୍ପର୍କରେ ଗାଙ୍ଗୁଲି ଦିନେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ କହିଥିବା କଥାକୁ ଏବେ ସାର୍ବଜନୀନ କରିଛନ୍ତି। ଧୋନିଙ୍କୁ ଭାରତ-ପାକିସ୍ତାନର ୱାଘା ବର୍ଡରରୁ ପାଇଥିଲି ବୋଲି ଗାଙ୍ଗୁଲି ଦିନେ ମୁଶାରଫଙ୍କୁ କହିଥିଲେ। ତେବେ କ’ଣ ପାଇଁ ଗାଙ୍ଗୁଲି ଏକଥା କହିଥିଲେ, ଆସନ୍ତୁ ଜାଣିବା।
ଧୋନି ଟିମ୍ ଇଣ୍ଡିଆରେ ଯୋଗଦେବା ପରେ ପ୍ରଥମଥର ପାଇଁ ୨୦୦୬ରେ ପାକିସ୍ତାନକୁ ଦିନିକିଆ ସିରିଜ୍ ଖେଳିବାକୁ ଯାଇଥିଲେ। ଏହି ସମୟରେ ଧୋନି ଲମ୍ବା ଚୁଟି ରଖିବା ସହ ଭାରତକୁ ପ୍ରତି ମ୍ୟାଚ୍ରେ ଜିତାଇଥିଲେ। ପାକିସ୍ତାନ ବିପକ୍ଷ ସିରିଜ୍କୁ ଭାରତ ୪:୧ରେ ଜିତି ନେଇଥିଲା। ଏହି ସମୟରେ ପାକିସ୍ତାନର ରାଷ୍ଟ୍ରପତି ପରଭେଜ୍ ମୁଶାରଫ ଧୋନିଙ୍କ ବ୍ୟାଟିଂ ନୁହେଁ ବରଂ ଚୁଟିକୁ ଦେଖି ଆକର୍ଷିତ ହୋଇଥିଲେ।
ସେ ଅନେକ ସମୟରେ ଧୋନିଙ୍କ ବ୍ୟାଟିଂ ଦେଖିବାକୁ ଷ୍ଟାଡିୟମ ମଧ୍ୟ ଯାଆନ୍ତି। ଦିନେ ମୁଶାରଫ ଏକ ମ୍ୟାଚ୍ ପରେ ଗାଙ୍ଗୁଲିଙ୍କୁ ଡାକିବା ସହ “ଆପଣ ଏହି ଖେଳାଳି(ଧୋନି)ଙ୍କୁ କେଉଁଠୁ ପାଇଲେ” ବୋଲି ପ୍ରଶ୍ନ କରିଥିଲେ।
ଗାଙ୍ଗୁଲି ଥଟ୍ଟାରେ ଧୋନିଙ୍କୁ ୱାଘା ବର୍ଡରରୁ ପାଇଲି ବୋଲି କହିଥିଲେ। ଦିନେ ସେ ୱାଘା ବର୍ଡରେ ଚାଲିଚାଲି ଯାଉଥିଲେ କିନ୍ତୁ ମୁଁ ତାଙ୍କୁ ଧରି ପକାଇବା ସହ ଆମ ଦେଶକୁ ନେଇ ଆସିଥିଲି ବୋଲି ଗାଙ୍ଗୁଲି ହସିହସି ମୁଶାରଫଙ୍କୁ କହିଥିଲେ। ଏକଥା ଗାଙ୍ଗୁଲି କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
ଧୋନିଙ୍କୁ ମୁଶାରଫ ଏକ ମ୍ୟାଚ୍ ପରେ ପାଖକୁ ଡାକିବା ସହ ସର୍ବଦା ଲମ୍ବା ଚୁଟି ରଖିବାକୁ ପରାମର୍ଶ ମଧ୍ୟ ଦେଇଥିଲେ।
from Odisha Reporter https://ift.tt/2QfMVF5
No comments:
Post a Comment