
ମୁମ୍ବାଇ: ବଲିଉଡ୍ରେ ଏବେ ବିବାହ ଋତୁ ଚାଲୁଛି। ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍ଙ୍କ ପରେ ଏଥିରେ ଆଉ ଏକ ସେଲିବ୍ରେଟି ଯୋଡ଼ି ହୋଇଛନ୍ତି। ଏଠି ଆମେ ଅଜୁର୍ନ କପୁର ଏବଂ ମଲାଇକା ଆରୋରାଙ୍କ କଥା କହୁଛେ। ଏବେ ଉଭୟଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। କାରଣ ପାର୍ଟି ପାଖରୁ ଆରମ୍ଭ କରି ବିଭିନ୍ନ ଶୋ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଆଗରୁ ଅର୍ଜୁନ କପୁରଙ୍କ ଜନ୍ମଦିନକୁ ଏକାଠି ପାଳିଥିଲେ।

ମଲାଇକା ଏବେ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ବିଚାରକ ଅଛନ୍ତି । ମଲାଇକା ପ୍ରଥମେ ସଲମାନ୍ ଖାନଙ୍କ ଭାଇ ଅରବାଜ୍ ଖାନଙ୍କୁ ବିବାହ କରିଥିଲେ। ୧୮ ବର୍ଷ ଧରି ବୈବାହିକ ଜୀବନ ବିତାଇବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।
ଆଉ ଶେଷରେ ଅରବାଜ୍ ଖାନଙ୍କୁ ଗତ ବର୍ଷ ଛାଡ଼ପତ୍ର ଦେଇଥିଲେ ମଲାଇକା। ଆଉ ଏଥିପାଇଁ ଅରବାଜଙ୍କ ଠାରୁ ୧୫ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଚର୍ଚ୍ଚାକୁ ଆସିଥିଲେ ମଲାଇକା। ପରେ ମଲାଇକା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଥିଲେ। ଧୀରେ ଧୀରେ ଦୁହିଙ୍କ ମଧ୍ୟ ସମ୍ପର୍କ ନିବିଡ଼ ହେବା ପରେ ଏବେ ଏହା ବିବାହ ରୂପ ନେବାକୁ ଯାଉଛି। କୁହାଯାଉଛି ୨୦୧୯ ଆରମ୍ଭରେ ହିଁ ଉଭୟଙ୍କର ସାହାନାଇ ବାଜିବ।
from Odisha Reporter https://ift.tt/2qvPAMo
No comments:
Post a Comment