ହେଇଟି ଶୁଣୁଚ, ଆମ ବାହାଘର କରିଥିବା ପଣ୍ଡିତଙ୍କର ଆଜି ଦେହାନ୍ତ ହୋଇଗଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ହେଇଟି ଶୁଣୁଚ, ଆମ ବାହାଘର କରିଥିବା ପଣ୍ଡିତଙ୍କର ଆଜି ଦେହାନ୍ତ ହୋଇଗଲା…

ପସନ୍ଦ ନାପସନ୍ଦ

ପୁଅ ଦେଖିବାକୁ ଝିଅ ବାଲାଏ ପୁଅଘରକୁ ଆସିଥିଲେ। ପସନ୍ଦ ହେଲେ ବାହାଘର ଠିକ‌୍‍ ହେବ। ଦେଖାଦେଖି ସରିବା ପରେ ଝିଅର ବାପା କହିଲେ- ଖରାପ ଭାବିବେନି ଆଜ୍ଞା ! ଆମର ପୁଅଟି ଆଦୌ ପସନ୍ଦ ନୁହେଁ।

ଏହାଶୁଣି ଚଟ‌୍‍ କରି ପୁଅର ବାପା କହିଲେ- ଏଥିରେ ଖରାପ ଭାବିବାର କ’ଣ ଅଛି। କ’ଣ ବା ଆଉ କରିବି ! ଆମର ବି ପସନ୍ଦ ନୁହେଁ, ତା ବୋଲି କ’ଣ ପୁଅଟାକୁ ଘରୁ ବାହାର କରିଦେବି ?

କ୍ୱାଲିଟି ଡ୍ରେସ‌୍‍

ଜଣେ ଭଦ୍ରମହିଳା ନୂଆ ଡ୍ରେସ‌୍‍ କିଣିବାକୁ ବଜାରକୁ ଗଲେ। ଦୋକାନରେ ପଶି ଅନେକ ସମୟ ଯାଏ ଘଂଟାଘଂଟି କଲେ। କିନ୍ତୁ କିଛି ମନକୁ ପାଇଲାନି ବୋଧେ।

ଶେଷରେ ନିଜେ ଦୋକାନୀ ତାଙ୍କୁ ସାହାଯ୍ୟ କରିବାକୁ ଆସି ପଚାରିଲେ- ମ୍ୟାଡମ‌୍‍ ଆପଣ କେମିତିକା ଡ୍ରେସ‌୍‍ କିଣିବାକୁ ଚାହୁଁଛନ୍ତି ? କିଛି ନୂଆ ମାଲ‌୍‍ ଆସିଛି, ଦେଖେଇବି କି ?

ଏହା ଶୁଣି ଭଦ୍ରମହିଳା କହିଲେ- ମୋର ଏମିତିକା ଡ୍ରେସ‌୍‍ ଦରକାର, ଯାହାକୁ ଦେଖି ମୋ ପଡୋଶୀ ଶାନ୍ତି ଭାଉଜ ଈର୍ଷା କରି କରି ମରିଯିବ…

କର୍ମଫଳ

ସ୍ତ୍ରୀ: ହେଇଟି ଶୁଣୁଛ ନା ନାହିଁ, ସକାଳୁ ସକାଳୁ ଗୋଟେ ଖରାପ ଖବର ଆସି ପହଂଚିଛି।

ସ୍ୱାମୀ: କାଇଁ କ’ଣ ହେଲା କି ?

ସ୍ତ୍ରୀ: ଆମ ବାହାଘର କରିଥିବା ପଣ୍ଡିତଙ୍କର ଆଜି ଦେହାନ୍ତ ହୋଇଗଲା।

ସ୍ୱାମୀ: ଦିନେ ନା ଦିନେ ତ ସେ ତାଙ୍କ କୃତକର୍ମର ଫଳ ପାଇବାର ଥିଲା।

ଫଳ କିଣା

ସକାଳୁ ସକାଳୁ ସରିତା ମ୍ୟାଡାମ‌୍‍ ଫଳ କିଣିବାକୁ ବଜାରକୁ ଗଲେ। ସେ ଫଳ ଦୋକାନୀକୁ ଇଂଲିଶରେ ଫଳ ମାଗିଲେ- please give me some destroyed husband.

ଏହା ଶୁଣି ଫଳ ଦୋକାନୀ ବୋକା ହୋଇଗଲା। କେମିତି ବୁଝିବ ଯେ ମ୍ୟାଡାମ‌୍‍ କୋଉ ଫଳ ମାଗୁଛନ୍ତି? ଇଏ ତ ଇଂଲିଶ ମେମ‌୍‍ ପରି ଲାଗୁଛନ୍ତି। ତ ସେ ବହୁସମୟ ଧରି ୟାକୁ ତାକୁ ପଚରା ପଚରି କରି ବୁଝାବୁଝି କରିବା ପରେ, ମ୍ୟାଡାମ‌୍‍ଙ୍କୁ କିଲେ ‘ନାସ‌୍‍-ପତି’ ଓଜନ କରିକି ଦେଲା।



from Odisha Reporter https://ift.tt/2OluZnv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages