ବିମାନରେ ଆତଙ୍କବାଦୀ ଅଛନ୍ତି କହି ଥଟ୍ଟା କରୁଥିଲେ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବିମାନରେ ଆତଙ୍କବାଦୀ ଅଛନ୍ତି କହି ଥଟ୍ଟା କରୁଥିଲେ, କିନ୍ତୁ…

ମୁମ୍ବାଇ: ହ୍ୱାଟସ୍‌ଆପରେ ଥଟ୍ଟାମଜା କରି ଜଣେ ଯୁବକ ହଟହଟା ହୋଇଛନ୍ତି। ସେ ବିମାନରେ ବସି ନିଜ ସାଙ୍ଗ ମାନଙ୍କୁ ମିଛରେ ଡରାଇବା ପାଇଁ ଏଠାରେ ଆତଙ୍କବାଦୀ ଅଛନ୍ତି ବୋଲି କହିବାରୁ ତାଙ୍କୁ ପୁଲିସ୍‌ ମାରାଥନ ଜେରା କରିଛି। ଏଥିସହ ତାଙ୍କୁ ବିମାନରୁ ମଧ୍ୟ ଓହ୍ଲାଇ ଦିଆଯାଇଥିଲା। କୋଲାକାତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି।

କୋଲକାତାର ୨୧ ବର୍ଷୀୟ ପୋଦ୍ଦାର ନିଜ ୪ରୁ ୫ ଜଣ ସାଙ୍ଗ ସହ ମୁମ୍ବାଇ ଅଭିମୁଖେ ଯିବା ପାଇଁ ଜେଟ୍‌ ଏୟାରୱେଜ୍‌ର ୯ ଡବ୍ଲ୍ୟୁ ୪୭୨ ଫ୍ଲାଇଟରେ ବସିଥିଲେ। ବିମାନରେ ବସିବା କ୍ଷଣି ସେ ନିଜ ମୁହଁରେ ରୁମାଲ ବାନ୍ଧି ନିଜ ସାଙ୍ଗମାନଙ୍କ ପାଖକୁ ହ୍ୱାଟସ୍‌ଆପ୍‌ରେ “ ବିମାନରେ ଆତଙ୍କବାଦୀ ଅଛନ୍ତି। ମୁଁ ଝିଅଙ୍କ ହୃଦୟ ଧ୍ୱଂସ କରିଦେବି” ବୋଲି ମେସେଜ ଲେଖିଥିଲେ।

ପୋଦ୍ଦାର ଥଟ୍ଟାରେ ଏପରି କରୁଥିଲେ ହେଁ ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ବ୍ୟକ୍ତି ଏହାକୁ ସତ ବୋଲି ଭାବିବା ସହ ବିମାନର ଜଣେ ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇଥିଲେ। ବିମାନ ସଦସ୍ୟ ଜଣଙ୍କ ପାଇଲଟ୍‌ଙ୍କୁ ଜଣାଇବା ପରେ ସୁରକ୍ଷାକର୍ମୀମାନେ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ପୋଦ୍ଦାରଙ୍କୁ ଉଠାଇ ନେଇଥିଲେ। ତାଙ୍କ ବ୍ୟାଗ୍‌ ମଧ୍ୟ ଆଉ ଥରେ ଚେକିଂ କରାଯାଇଥିଲା।

ହେଲେ ସେ ଥଟ୍ଟାରେ ଏପରି କରୁଥିବା କହିଥିଲେ। କିନ୍ତୁ ସେତେବେଳକୁ ସମଗ୍ର ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇ ସାରିଥିଲା। ବିମାନଟି ୧୬୦ ଜଣ ଯାତ୍ରୀଙ୍କୁ ନେଇ ୯.୧୫ରେ ଛାଡ଼ିବାର ଥିଲା। କିନ୍ତୁ ଏହି ହାଇ ଡ୍ରାମା ପାଇଁ ବିମାନଟି ୧ ଘଣ୍ଟା ୧୦ ମିନିଟ୍‌ ବିଳମ୍ବରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।



from Odisha Reporter https://ift.tt/2QiQJFl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages