ପାୱାର୍‌ଫୁଲ୍‌ ଲିଷ୍ଟରେ ଶାହରୁଖ୍‌ଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ପାୱାର୍‌ଫୁଲ୍‌ ଲିଷ୍ଟରେ ଶାହରୁଖ୍‌ଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ବଲିଉଡ୍‌ ଓ ଖେଳ ଜଗତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ଗଣନା କରାଯାଇଛି। ଅନ୍ତରାଷ୍ଟ୍ରୀୟ ଡାଟା ଆନାଲିଟିକ୍ସ କମ୍ପାନୀ ୟୁଗୋବ୍‌ ଦ୍ୱାରା ଅନ୍‌ଲାଇନ୍‌ରେ ଏହି ରିସର୍ଚ୍ଚ କରଯାଇଥିଲା। ୨୦୧୮ରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି।

ବଲିଉଡ୍‌ ଓ ଖେଳ ଜଗତର ୬୦ ଜଣ ବ୍ୟକ୍ତିତ୍ୱଙ୍କ ନେଇ ଦର୍ଶକଙ୍କ ପାଖରେ ଏମାନଙ୍କ ବିଷୟରେ କ’ଣ ଧାରଣା ରହିଛି ତାହାର ସର୍ଭେ କରାଯାଇଥିଲା।

ଭାରତରୁ ୧୯୪୮ ଜଣ ପ୍ରତିଯୋଗୀ ଏହି ରିସର୍ଚ୍ଚରେ ସାମିଲ୍‌ ହୋଇଥିଲେ। ଏଥିରେ କଳାକାର ଓ ଖେଳାଳିଙ୍କ ସେମାନେ କାମ କରୁଥିବା କ୍ଷେତ୍ରରେ ପ୍ରଭାବ, ସମାନତା ଓ ସଚେତନତା ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା, ସୌନ୍ଦର୍ଯ୍ୟ ପ୍ରଶାଧନ, ଫ୍ୟାଶନ୍‌ ସହିତ ଜଡ଼ିତ ଥିବା ବସ୍ତୁ ଓ ଖାଦ୍ୟକୁ ମଧ୍ୟ ସାମିଲ୍‌ କରାଯାଇଥିଲା।

ୟୁଗୋବ୍‌ର ମତ ଅନୁସାରେ, ଶ୍ରେଷ୍ଠ ୧୦ ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବଲିଉଡ୍‌ର ଅଭିନେତା ଓ ଖେଳାଳି ରହିଛନ୍ତି। ଏହି ଲିଷ୍ଟରେ ଅମିତାଭ ବଚ୍ଚନ ପ୍ରଥମ ସ୍ଥାନରେ ରହିଛନ୍ତି। ଏହାପରେ ଦ୍ୱିତୀୟ ସ୍ଥାନରେ ଦୀପିକା ପାଦୁକୋନ୍‌ ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀ ଓ ସଚ୍ଚିନ୍‌ ତେନ୍ଦୁଲକର ରହିଛନ୍ତି।
ଏହି କ୍ରମରେ ପଞ୍ଚମ ସ୍ଥାନରେ ଅକ୍ଷୟ କୁମାର, ୬ଷ୍ଠ ସ୍ଥାନରେ ବିରାଟ କୋହଲି, ସପ୍ତମ ସ୍ଥାନରେ ଅମିର୍‌ ଖାନ୍‌ ଏବଂ ଅଷ୍ଟମ ସ୍ଥାନରେ ଶାହରୁଖ୍‌ ଖାନ୍‌ ରହିଛନ୍ତି। ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ନବମ ଓ ଦଶମ ସ୍ଥାନରେ ରହିଛନ୍ତି।



from Odisha Reporter https://ift.tt/2qXbAQc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages