
ଝାରସୁଗୁଡ଼ା (ଭାଗୀରଥି ସାହୁ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଛୁଆଲିବେର୍ଣା ସ୍ଥିତ ମାଝୀ ଫାୟାର ୱାର୍କ ଗୋଦାମରେ ବିସ୍ଫୋରଣ ଘଟିବାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ଧୁରୁଆ। ସେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି।
ବିସ୍ଫୋରଣ ଯୋଗୁ ଗୋଦାମ ଘରଟି ପୂରା ଭୁଶୁଡ଼ି ପଡ଼ିଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି।
ଝାରସୁଗୁଡ଼ା ଏସ୍ପି ଅଶ୍ୱିନୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଛି।
ଏସ୍ପି କହିଛନ୍ତି, ଏ ଗୋଦାମଟି ୧୫-୧୬ ବର୍ଷର। ଏହାର ଲାଇସେନ୍ସର ବୈଧତା ଅଛି କି ନାହିଁ, ସେ ନେଇ ତଦନ୍ତ କରାଯିବ।
from Odisha Reporter https://ift.tt/2Q3jO8w
No comments:
Post a Comment