
ଜୟପୁର (ଓଡ଼ିଶା ରିପୋର୍ଟର): ଆଜିକାଲି ପ୍ରାୟ ସମସ୍ତଙ୍କୁ ଘାରିଛି ସେଲ୍ଫି ନିଶା। ଏହି ନିଶାରେ ଲୋକେ ଆଉ ସ୍ଥାନ,କାଳ,ପାତ୍ର ଦେଖୁ ନାହାନ୍ତି। ଶବ ସହିତ ବି ଲୋକେ ସେଲ୍ଫି ନେଇ ଯାଉଛନ୍ତି। ରେଳ ଲାଇନ୍, ନଦୀ, ଝରଣା ଆଦି ସ୍ଥାନରେ ସେଲ୍ଫି ନେବା ବେଳେ ଅସାବଧାନତା ଯୋଗୁ ଅନେକ ଲୋକଙ୍କ ଜୀବନ ବି ଯାଇଛି।
ଏହି ସେଲ୍ଫି ନିଶା ଯୋଗୁ ଜଣେ ଡାକ୍ତର ହରଡ଼ଘଣାରେ ପଡ଼ି ଯାଇଛନ୍ତି। ଏହି ଡାକ୍ତର ଅପରେସନ୍ ଥିଏଟର (ଓଟି) ଭିତରେ ସେଲ୍ଫି ନେଇ ଫଶି ଯାଇଛନ୍ତି।
କୋରାପୁଟର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଅପରେସନ୍ ଥିଏଟରରେ ଡାକ୍ତର ଜଣଙ୍କ ସେଲ୍ଫି ଉଠାଇଥିଲେ। ସେ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ। ଫଟୋଟି ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ଏ ଘଟଣାର ତଦନ୍ତ କରାଯିବ ବୋଲି ସିଡିଏମ୍ଓ ଲଳିତ ମୋହନ ରଥ କହିଛନ୍ତି। ସେ ନିଜେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।
ଅକ୍ଟୋବର ୧୫ ତାରିଖରେ ଜୟପୁର ଡାକ୍ତରଖାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟକ୍ଷମ ହେବା ପରେ ଗତକାଲି ନୂଆ ଅସ୍ତ୍ରୋପଚାର କକ୍ଷ ଖୋଲିଥିଲା। ଏଥିସହ ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ଓଟିକୁ ଯାଇଥିବା ବେଳେ ସେଲ୍ଫି ଉଠାଯାଇଥିଲା।
from Odisha Reporter https://ift.tt/2SyYQMl
No comments:
Post a Comment