ଆରବିଆଇ ଗଭର୍ଣ୍ଣରଙ୍କୁ ସିଆଇସିର କାରଣ ଦର୍ଶାଅ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଆରବିଆଇ ଗଭର୍ଣ୍ଣରଙ୍କୁ ସିଆଇସିର କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ : ଇଚ୍ଛାକୃତ ଖିଲାପକାରୀଙ୍କ ତାଲିକା ସାର୍ବଜନୀନ କରିବା ବାବଦରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ଅସମ୍ମାନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ୍‌। ଏତଦ୍‌ବ୍ୟତୀତ ଅନାଦାୟ ଋଣ ବାବଦରେ ଶ୍ରୀ ପଟେଲ ଦେଇଥିବା ସମସ୍ତ ଚିଠିକୁ ସାର୍ବଜନୀନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କକୁ କହିଛନ୍ତି ସିଆଇସି।

୫୦ କୋଟି କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ପରିମାଣର ଋଣ ଖିଲାପ କରିଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ କରିବାକୁ ମନା କରି ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଅପମାନ କରିଥିବାରୁ ତାଙ୍କ କଠୋରରୁ କଠୋର ଦଣ୍ଡ କାହିଁକି ଦିଆଯିବନି, ତା’ର କାରଣ ଦର୍ଶାଇବାକୁ ଏଥିରେ କୁହାଯାଇଛି।

ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର, ଡେପୁଟି ଗଭର୍ଣ୍ଣର ଏବଂ ଆରବିଆଇର ୱେବ୍‌ସାଇଟ୍‌ର ଆରଟିଆଇ ପଲିସି ମେଳ ଖାଉନାହିଁ ବୋଲି ମଧ୍ୟ ସୂଚନା କମିଶନର ଶ୍ରୀଧର ଆଚାର୍ଯୁଲୁ କହିଛନ୍ତି। ଏହି ଘଟଣାରେ ସିପିଆଇଓଙ୍କୁ ଦଣ୍ଡିତ କରିହେବ ନାହିଁ, କାରଣ ସେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ହିଁ ଆରଟିଆଇ ପଲିସି ପାଳନ କରିଥାନ୍ତି। ନଭେମ୍ବର ୧୬ ପୂର୍ବରୁ ସେ କାରଣ ଦର୍ଶାଇବେ ବୋଲି ଏହି ନୋଟିସ୍‌ରେ କୁହାଯାଇଛି।



from Odisha Reporter https://ift.tt/2OpyLw6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages