ପଟେଲଙ୍କ ଠାରୁ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଛୋଟ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ପଟେଲଙ୍କ ଠାରୁ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଛୋଟ କାହିଁକି?

digi

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିକୁ ନେଇ ବିଜେପିକୁ ଘେରିବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଯେଉଁ ପ୍ରତିମା ନିର୍ମାଣ କରାଯିବ, ତା’ର ଉଚ୍ଚତା ୧୦୦ ମିଟର ହେବ। କିନ୍ତୁ ସର୍ଦ୍ଦାର ପଟେଲଙ୍କ ଯେଉଁ ପ୍ରତିମୂର୍ତ୍ତି କରାଯାଇଛି, ତାହା ୨୦୦ ମିଟର। ଏମିତି କାହିଁକି? ପ୍ରଭୁ ଶ୍ରୀରାମଙ୍କୁ କାହିଁକି ଛୋଟ କରାଯାଉଛି।

ଏହା ସହିତ ସେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ବି ସମାଲୋଚନା କରିଛନ୍ତି।

ଦିଗବିଜୟ ସିଂହ କହିଛନ୍ତି,”ଏବେ ଦେଶର ପ୍ରଧାନମନ୍ତ୍ରୀ ହିନ୍ଦୁ? ରାଷ୍ଟ୍ରପତି ବି ହିନ୍ଦୁ? ତା’ପରେ ବି ମୋହନ ଭାଗବତ କାହିଁକି ଭାବୁଛନ୍ତି ଯେ ମୁସଲମାନମାନେ ହିନ୍ଦୁଙ୍କ ପାଇଁ ବିପଦ? ସେ ତ ନିଜେ ଆର୍ଯ୍ୟ ସମାଜ ଲୋକ। ଆର୍‌ଏସ୍‌ଏସ୍‌ର ଅଧିକାଂଶ ଲୋକ ଆର୍ଯ୍ୟ ସମାଜର।”

ସେ କହିଛନ୍ତି,”୫୦୦ ବର୍ଷ ଧରି ମୋଗଲ ଓ ମୁସଲମାନ ଦେଶକୁ ଶାସନ କରିଥିଲେ। କିନ୍ତୁ ଆମ ଧର୍ମର କିଛି ହେଲା ନାହିଁ। ହିନ୍ଦୁ ଧର୍ମ କ’ଣ ଏମିତି ସେମିତି ଧର୍ମ ନା କ’ଣ? ଇଂରେଜମାନେ ଦେଢ଼ଶହ ବର୍ଷ ଧରି ଆମକୁ ଶାସନ କଲେ। କିନ୍ତୁ ଆମ ଧର୍ମକୁ ସେମାନେ ନଷ୍ଟ କରିପାରି ନଥିଲେ। ଆଉ ଏବେ କାହିଁକି ଏତେ ଡର?’



from Odisha Reporter https://ift.tt/2DxNfJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages