
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶ ଆନନ୍ଦ ଓ ଉଦ୍ଦୀପନା ସହ ପାଳନ ହୋଇଛି ଦୀପାବଳି। ତେବେ ଦୀପାବଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ବାଣଫୁଟାଇବା ବେଳେ ଅସାବଧାନତା ଯୋଗୁ ୧୩ଜଣ ଆହତ ହୋଇଥିବା ବେଳେ କିଛି ସ୍ଥାନରେ ଏଥିଯୋଗୁ ଅଗ୍ନିକାଣ୍ଡ ବି ଘଟିଛି।
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି। ବାଣଫୁଟି କଲୋନୀରେ ଥିବା ୨ଟି ବେଆଇନ ଡିଜେଲ ଏବଂ ପେଟ୍ରୋଲ ଦୋକାନ ନିଆଁରେ ପୋଡ଼ି ଯାଇଛି।
ସେହିପରି ପାରାଦୀପ ଭଞ୍ଜ କଲୋନୀରେ ମଧ୍ୟ ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି ଘଟିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବାଣଫୁଟାଇବା ବେଳେ ଅସାବଧାନତା ଯୋଗୁ ୫ ଜଣ ଆହତ ହୋଇଛନ୍ତି।
ରାଜବରହମପୁର ଜାମୁନା ଗାଁରେ ବାଣ ବିସ୍ଫୋରଣରେ ୩ ଜଣ ଆହତ ହୋଇଛନ୍ତି। ସେଇ ଅଞ୍ଚଳର ଅଁଳାପାଳ ଗାଁର ଜଣେ ନାବାଳକର ହାତରେ ବାଣ ଫୁଟିଯିବାରୁ ଗୁରୁତର ହୋଇଛନ୍ତି।
ସେହିଭଳି ଆଉ ଜଣେ ବ୍ୟକ୍ତି ମଧ୍ୟ ବାଣ ଫୁଟାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବାଣଫୁଟାଇବା ବେଳେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ୪ ବର୍ଷର ଶିଶୁ ଆଖିରେ ବାଣ ପଡ଼ିଯିବାରୁ ସେ ଗୁରୁତର ହୋଇଛି।
ବାଲେଶ୍ୱର ସଦରଥାନା ରସାଳପୁର ଗାଁରେ ଜଣେ ଯୁବକ ବାଣ ଫୁଟାଉଥିବା ବେଳେ ତାଙ୍କ ହାତରେ ବାଣ ଫୁଟି ଯାଇଥିଲା। ସେ ଗୁରୁତର ଆହତ ହୋଇଛନ୍ତି।
from Odisha Reporter https://ift.tt/2F7QIzO
No comments:
Post a Comment