ଏହିସବୁ ଲକ୍ଷଣକୁ ଭୁଲ୍‌ରେ ବି ଅଣଦେଖା କରନ୍ତୁ ନାହିଁ: ହୋଇପାରେ ବ୍ରେନ୍‌ ଟ୍ୟୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଏହିସବୁ ଲକ୍ଷଣକୁ ଭୁଲ୍‌ରେ ବି ଅଣଦେଖା କରନ୍ତୁ ନାହିଁ: ହୋଇପାରେ ବ୍ରେନ୍‌ ଟ୍ୟୁମର

ବ୍ରେନ୍ ଟ୍ୟୁମର ଏକ ପ୍ରାଣ ଘାତୀ ରୋଗ। ଯଦି ଠିକ୍‌ ସମୟରେ ଏହାର ଚକିତ୍ସା କରା ନ ଯାଏ ତେବେ ସମ୍ପୃକ୍ତ ରୋଗୀର ମୃତ୍ୟୁ ହୋଇପାରେ। ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲିଯାଉଛୁ। ଏମିତିକି ମୁଣ୍ଡବ୍ୟଥା, ବାନ୍ତି ହେବା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟାକୁ ଛୋଟ ସମସ୍ୟା କହି ଅବହେଳା କରିଦେଉଛୁ। ଏଭଳି ଅବହେଳା କରିବା ଆଦୌ ଠିକ୍‌ ନୁହେଁ। କାରଣ ଏହା ବ୍ରେନ୍‌ ଟ୍ୟୁମରର ଲକ୍ଷଣ ହୋଇପାରେ। ଆରମ୍ଭରୁ ବ୍ରେନ୍‌ ଟ୍ୟୁମର ଲକ୍ଷଣ ଗୁଡ଼ିକୁ ଚିହ୍ନିବା ବଡ଼ କଷ୍ଟକର ହୋଇପଡ଼େ। ହେଲେ ଆମେ ଆଜି ଆପଣଙ୍କୁ କିଛ ଲକ୍ଷଣ ବିଷୟରେ କହିବୁ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି ନା ନାହିଁ।

ବ୍ରେନ୍‌ ଟ୍ୟୁମର ପ୍ରଭାବ

ଏଭଳି ସ୍ଥିତିରେ ମସ୍ତିଷ୍କର କୋଷିକା ଗୁଡ଼ିକ ଆବଶ୍ୟକତାଠୁ ଅଧିକ ଫୁଲିଯାଏ। ଏହା ଏତେ ମାତ୍ରାରେ ବିସ୍ତାରିତ ହେବାକୁ ଲାଗେ ଯେ ଆଖପାଖର ଗ୍ରନ୍ଥିଗୁଡ଼ିକ ନଷ୍ଟ ହୋଇଯାଏ।

ବ୍ରେନ୍ ଟ୍ୟୁମର କେତେ ପ୍ରକାରର?

ବ୍ରେନ୍‌ ଟ୍ୟୁମର ସାଧାରଣତଃ ୨ ପ୍ରକାରର ହୋଇଥାଏ।

ପ୍ରାଇମେରୀ ବ୍ରେନ୍‌ ଟ୍ୟୁମର- ଏହି ରୋଗ ମସ୍ତିଷ୍କର ଯେଉଁ ଭାଗରେ ଆରମ୍ଭ ହୁଏ, ସେହିଠାରେ ହିଁ ବଢ଼ିବାକୁ ଲାଗିଥାଏ।

ସେକେଣ୍ଡାରୀ ବ୍ରେନ୍‌ ଟ୍ୟୁମର- ଏହାର ଆରମ୍ଭ ଶରୀରର କୌଣସି ଏକ ଅଙ୍ଗରୁ  ହୁଏ ଓ କ୍ରମେ ଏହା ଶରୀରର ଉପରିଭାଗ ଯେପରିକି, ମସ୍ତିଷ୍କ, ଫୁସ୍‌ଫୁସ୍‌, ବ୍ରେଷ୍ଟ, କିଡ୍‌ନୀ, କଲୋନ୍ ଓ ଚର୍ମକୁ ବିସ୍ତାରିତ ହୋଇଥାଏ। ଅଧିକାଂଶ ସମୟରେ ଏହି କ୍ୟାନସ୍‌ର ମସ୍ତିଷ୍କକୁ ହିଁ ବିସ୍ତାର ହୋଇଥାଏ।

ବ୍ରେନ୍‌ ଟ୍ୟୁମର୍‌ର ଲକ୍ଷଣ

୧) ଯଦି ବିନା ଲଗାତାରଭାବେ ମୁଣ୍ଡିନ୍ଧା ହେଉଛି ତେବେ ଏହା ବ୍ରେନ୍‌ ଟ୍ୟୁମ୍‌ର ଲକ୍ଷଣ ହୋଇପାରେ। ନ୍ୟୁରୋଲୋଜିଷ୍ଟଙ୍କ ଅନୁଯାଈ ବ୍ରେନ୍‌ ଟ୍ୟୁମର ହୋଇଥିଲେ ସକାଳ ସମୟରେ ବହୁ ଜୋର୍‌ରେ ମୁଣ୍ଡବିନ୍ଧା ହୋଇଥାଏ ।

୨) ଯଦି ହଠାତ୍‌ ଛିଡ଼ା ହେଲାବେଳେ ମୁଣ୍ଡ ବୁଲାଏ ଓ ଆଖି ଆଗରେ ଅନ୍ଧାର ଦେଖାଯାଏ, ତେବେ ଏହା ମଧ୍ୟ ବ୍ରେନ୍‌ ଟ୍ୟୁମ୍‌ର କାରଣ ହୋଇପାରେ।

୩) ସେହିପରି ସବୁବେଳେ ବାନ୍ତି ଲାଗିବା କିମ୍ବା ମଥା ଝାଙ୍କି ପଡ଼ିବା ମଧ୍ୟ ବ୍ରେନ୍‌ ଟ୍ୟୁମରର ସଙ୍କେତ।

୪) ଶରୀର କୌଣସି ଅଙ୍ଗ ହଠାତ୍‌ ଅଚଳ ଜଣାପଡ଼ିବା ବ୍ରେନ୍‌ଟ୍ୟୁମର ଏକ ବଡ଼ ଲକ୍ଷଣ ହୋଇପାରେ। ଏଭଳି ସ୍ଥିତି ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୫) ବାରମ୍ବାର ଛୋଟ ଛୋଟ କଥା ଭୁଲିଯିବା, ଶରୀରକୁ ନିୟନ୍ତ୍ରଣରେ ରଖି ନ ପାରିବା ଏସବୁ ମଧ୍ୟ ବ୍ରେନ୍‌ ଟ୍ୟୁମର୍‌ର କାରଣ ହୋଇପାରେ।

୬) ଶରୀର ଓ ମୁହଁର ଆକୃତି ଯଦି ଦିନକୁ ଦିନ ତୀବ୍ର ଗତିରେ ବଦଳିଯାଉଛି ତା’ହେଲେ ଏହା ମଧ୍ୟ ଏହି ରୋଗର କାରଣ ହୋଇପାରେ। ଏଭଳି ସ୍ଥିତିରେ ଯେତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବେ ଭଲ।

 



from Odisha Reporter https://ift.tt/2DJfGDb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages