ଓଡ଼ିଶା ୩୨୪ରେ ଅଲ୍‌ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଓଡ଼ିଶା ୩୨୪ରେ ଅଲ୍‌ ଆଉଟ୍‌

bat

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କିଟ୍ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ରଣଜି ମ୍ୟାଚ୍ ଚାଲିଛି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଓଡ଼ିଶା ୩୨୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ହରିୟାଣା ବ୍ୟାଟିଂ କରୁଛି।

ଓଡ଼ିଶା ଗତକାଲି ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଆଜି ଆଉ ୯୨ ରନ୍‌ ଯୋଡ଼ି ଦଳ ଅଲ୍‌ ଆଉଟ୍ ହୋଇଯାଇଥିଲା।

ଗତକାଲି ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ି ଆଉ କେହି ଭଲ ଖେଳି ପାରି ନଥିଲେ। ସେ ୧୯୦ ବଲ୍‌ରୁ ୧୧୪ ରନ୍ କରିଥିଲେ। ଶାନ୍ତନୁ ମିଶ୍ର ୩୦ ରନ୍ ଓ ଦେବବ୍ରତ ପ୍ରଧାନ ୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଆଜି ଏ ଦୁହେଁ ଯଥାକ୍ରମେ ୭୧ ଓ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ଅଧିନାୟକ ବିପ୍ଳବ ସାମନ୍ତରାୟ ୯ ରନ୍ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ୧୪ ରନ୍ କରିଥିଲେ।

ହରିୟାଣା ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ମୋହିତ ଶର୍ମା ଓ ଏଚ୍‌.ଭି ପଟେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2EZoMhq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages