
କଟକ (ଓଡ଼ିଶା ରିପୋର୍ଟର): କଟକରୁ ୭ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ଦୁଇ ଜଣ ମାଷ୍ଟରମାଇଣ୍ଡ ରହିଛନ୍ତି। ଏମାନଙ୍କ ନାଁରେ ଡକାୟତି ଏବଂ ଚୋରି ଭଳି ବିଭିନ୍ନ ମାମଲା ରହିଛି।
କଟକର ବିଭିନ୍ନ ଅଞ୍ଚଳରେ କବାଟ ତାଡ଼ି ଏମାନେ ଚୋରି କରିଥିବା କଟକ ଡିସିପି ଅଖିଲେଶ୍ୱର ସିଂ ସୂଚନା ଦେଇଛନ୍ତି। ଏହାସହ ଏମାନେ ରାଜ୍ୟ ବାହାରେ ବିଭିନ୍ନ ଅପରାଧିକ ମାମଲାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତଙ୍କଠାରୁ ୩ ଶହ ଗ୍ରାମରୁ ଅଧକ ସୁନା, ୩ କିଲୋ ରୁପା ଏବଂ ୩୦ ହଜାର ଟଙ୍କା ଜବତ କରାଯାଇଛି।
from Odisha Reporter https://ift.tt/2PDZLwq
No comments:
Post a Comment