ବିଜେପିର ଚିନ୍ତା ବଢ଼ାଇଲେ ଦୁଇ ଏନ୍‌ଡିଏ ସହଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ବିଜେପିର ଚିନ୍ତା ବଢ଼ାଇଲେ ଦୁଇ ଏନ୍‌ଡିଏ ସହଯୋଗୀ

ପାଟନା: ବିହାରରେ ବିଜେପିର ଅଡ଼ୁଆ ପୁଣି ବଢ଼ିଛି। ପ୍ରଥମେ ବିଜେପି ସଭାପି ଅମିତ ଶାହ ଅନେକ ଉଦ୍ୟମ କରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଏକାଠି ଲଢ଼ିବାକୁ ରାଜି କରାଇଥିଲେ। ଉଭୟ ସମୁଦାୟ ୪୦ଟି ଲୋକସଭା ଆସନରୁ ୩୪ରେ ଲଢ଼ିବେ ଏବଂ ବାକି ୬ଟି ଆସନକୁ ଏନ୍‌ଡିଏର ସହଯୋଗୀ ଏଲ୍‌ଜେପି ଓ ଆର୍‌ଏଲ୍‌ଏସ୍‌ପି ମଧ୍ୟରେ ବାଣ୍ଟିବେ। ହେଲେ ଏହାକୁ ଉଭୟ ଏଲ୍‌ଜେପି ଓ ଆର୍‌ଏଲ୍‌ଏସ୍‌ପି ଅଗ୍ରାହ୍ୟ କରିଛନ୍ତି। ଉଭୟ ଦଳ ୨୦୧୪ରେ ଯେତିକି ଆସନରେ ଲଢ଼ିଥିଲେ ୨୦୧୯ରେ ମଧ୍ୟ ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବେ ବୋଲି ବିଜେପି ଆଗରେ ସର୍ତ୍ତ ରଖିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ୨୨ଟି ଆସନରେ ଜିତିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱନ୍‌ଙ୍କ ଏଲ୍‌ଜେପି ୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୬ଟିରେ ଜିତିଥିଲା। ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର ଖୁସୱହାଙ୍କ ଆର୍‌ଏଲ୍‌ଏସ୍‌ପି ଲଢ଼ିଥିବା ୩ଟି ଆସନରୁ ୩ଟି ଯାକରେ ବିଜୟୀ ହୋଇଥିଲା।

ଏଲ୍‌ଜେପିର ବିହାର ମୁଖ୍ୟ ପଶୁପତି ପାରସ୍‌ କହିଛନ୍ତି, “ ବିଜେପି ସଭାପତି ଅମିତ ଶାହ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏକାଠି ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଆରଏଲ୍‌ଏସ୍‌ପି ଓ ଏଲ୍‌ଜେପି ଯେ ସେମାନଙ୍କର ଭାଗ ଛାଡ଼ିବେ, ତାହା ଭାବିବା ଅବାସ୍ତବ। ଯେଉଁପର୍ଯ୍ୟନ୍ତ ଏନ୍‌ଡିଏର ୪ ସହଯୋଗୀ ଦଳ ଏକାଠି ବସି କଥା ହୋଇନାହାନ୍ତି, ସେ ଯାଏ ସିଟ୍‌ ଶେୟାରିଂ ନିଷ୍ପତ୍ତି ଅସମ୍ଭବ। ଗତଥର ଏଲ୍‌ଜେପି ୭ଟିରୁ ୬ଟିରେ ଜିତିଥିବା ବେଳେ ମାତ୍ର ୭ ହଜାର ଭୋଟ୍‌ ବ୍ୟବଧାନରେ ଗୋଟିଏ ଆସନରେ ପରାସ୍ତ ହୋଇଥିଲା। ତେଣୁ ଏଥର ମଧ୍ୟ ଆମେ ୭ଟି ଆସନରେ ପ୍ରାର୍ଥୀ ଦେବୁ। ବିଜେପି-ଜେଡିୟୁ ୫୦-୫୦ ସିଟ୍‌ ଶେୟାରିଂ କଥା ହୋଇଛନ୍ତି। ହୋଇଥାଇ ପାରେ ସେମାନେ ୧୦ଟି ଲେଖାଏ ଆସନରେ ଲଢ଼ି ବାକି ୨୦ ଟି ଆସନ ସହଯୋଗୀଙ୍କ ପାଇଁ ଛାଡ଼ିବେ।”

ଅନ୍ୟପକ୍ଷରେ ଆର୍‌ଏଲ୍‌ଏସ୍‌ପି ପକ୍ଷରୁ କୁହାଯାଇଛି ଯେ ଦଳ ଆଦୌ ୩ଟିରୁ କମ୍‌ ଆସନରେ ପ୍ରାର୍ଥୀ ଦେବନାହିଁ। ଏସମ୍ପର୍କରେ ବିଜେପି ସଭାପତି ଅମିତ ଶାହଙ୍କ ସହ କଥାବାର୍ତ୍ତା ସରିଛି ବୋଲି ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ମାଧବ ଆନନ୍ଦ କହିଛନ୍ତି।

ଗୋଟିଏ ପଟେ ବିରୋଧୀ ଦଳ ଗୁଡ଼ିକ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପରସ୍ପର ମଧ୍ୟରେ ମେଳି କରୁଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହଯୋଗୀଙ୍କ ଏଭଳି ବିଦ୍ରୋହ ଏବେ ଗୈରିକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ପ୍ରକାଶ କରିଛି।



from Odisha Reporter https://ift.tt/2OBFanY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages