
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୁହାଯାଏ ଫଟୋ କଥା କୁହେ। ଆଉ ଏଠି ଆପଣ ଯାହା ଦେଖିବେ ସେ ବିଷୟରେ ଆମକୁ ବେଶୀ କିଛି ବୁଝାଇବାକୁ ପଡ଼ିବ ନାହିଁ। ବାବୁଙ୍କର ନିଚ୍ଛକ ଶୟନ ମୁଦ୍ରା ଦେଖି ଆପଣ ସବୁ ବୁଝିଯିବେ। ସହଜରେ ଯୁବକ ଜଣକର ଭିଡିଓ ସୋଶାଲ ମିଡିଆରେ ପୁଣି ଭାଇରାଲ ହେଉଛି। ଯୁବକ ଜଣକ ଟିକେ ଆଉଜି ହୋଇ ବିଶ୍ରାମ ନେବା ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ଦେହରେ ବିଜୁ ଯୁବ ବାହିନୀର ୟୁନିଫର୍ମ ରହିଛି। ଉପରେ ବିଜେଡି ପତାକା ବି ରହିଛି। ବାବୁଙ୍କର ଏମିତି ଅବତାର ଦେଖି ମନକୁ ଦୁଇଟି କଥା ଆସୁଛି। ହୁଏତ ବାବୁ ଜଣକ ନିଷ୍ଠାପର ଭାବେ ଟିକେ ଅଧିକ ସମାଜ ସେବା କରି ଥକିଯାଇଥିବେ। କିମ୍ବା ଅଧିକ କାମ କରିବା ପାଇଁ କିଛି ଏକସ୍ଟ୍ରା ପ୍ରିମିୟମ ନେଇଯାଇଥିବେ।
ପାରିପାର୍ଶ୍ଵିକ ସ୍ଥିତି ବି ଠିକ୍ ସେହି କଥା କହୁଛି। ମାନେ ଯୁବକ ଜଣକର ଏହି ବିରଳ ପୋଜ୍ ପଛରେ ସେହି ନାଲିପାଣିର କରାମତି ଥିବ। କିନ୍ତୁ ବିଜୁ ଯୁବବାହିନୀ ଗଠନର ମୂଳ ଲକ୍ଷ୍ୟ ଥିଲା ସମାଜସେବା। ଦୁଃଖୀରଖୀଙ୍କ ପାଖରେ ଠିଆ ହେବା। ନିଶା ବିରୋଧରେ ସଂଗ୍ରାମ କରିବା ଓ ସୁସ୍ଥ ସମାଜ ଗଠନ କରିବା ଇତ୍ୟାଦି ଇତ୍ୟାଦି ଯେତେ ସବୁ ଭଲ କାମ କରିବ ବୋଲି ବିଜୁ ଯୁବବାହିନୀ ଶପଥ ନେଇଥିଲା।
ବିଜୁ ଯୁବ ବାହିନୀ ଙ୍କୁ ନବୀନ ବାବୁଙ୍କ ପ୍ରେରଣା।
Bhabani Jena यांनी वर पोस्ट केले रविवार, ४ नोव्हेंबर, २०१८
ଯେମିତି କି ଆଗାମୀ ପିଢି ପାଇଁ ଏକ ଆଦର୍ଶ ହୋଇପାରିବ ସେମିତି ଆହ୍ୱାନ ଦିଆଯାଇଥିଲା। ଖାଲି ସେତିକି ନୁହଁ ମଦ ମୁକ୍ତ ଓଡ଼ିଶା ନାରା ବି ଦେଇଛି ବିଜୁ ଯୁବବାହିନୀ। ସ୍ଲୋଗାନ ଠାରୁ ଆରମ୍ଭ କରି କେତେ କେତେ ହୋର୍ଡ଼ିଂ ମାରି ସଚେତନ ବି କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। ଆଉ ଏହା ରାଜ୍ୟ ସରକାରଙ୍କ ଅନେକ ଆଦର୍ଶ ଯୋଜନା ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି।
ହେଲେ ଏହି ସରକାରୀ ଅର୍ଥକୁ କେମିତି ଆଉ କେଉଁ ଢଙ୍ଗରେ ଖର୍ଚ୍ଚ କରାଯାଉଛି ତାହା ସମ୍ପୃକ୍ତ ଯୁବକଙ୍କ ଶୟନ ମୁଦ୍ରାହିଁ ବଖାଣୁଛି। ମଦ ମୁକ୍ତ ଓଡ଼ିଶା ପାଇଁ ବିଜୁ ଯୁବବାହିନୀ ସଂକଳ୍ପ ନେଇଛି ସତ ହେଲେ ଲାଗୁଛି ବୋଧହୁଏ ନାଲିପାଣି ତା’ର ସଭ୍ୟମାନଙ୍କ ସହ ପୁରୁଣା ସମ୍ପର୍କ ତୁଟାଇ ପାରୁନି।
from Odisha Reporter https://ift.tt/2zusb1W
No comments:
Post a Comment