ଆଉ ସିବିଆଇ ମୁଖ୍ୟ ପଦକୁ ଫେରିବେନି ଆଲୋକ ବର୍ମା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଆଉ ସିବିଆଇ ମୁଖ୍ୟ ପଦକୁ ଫେରିବେନି ଆଲୋକ ବର୍ମା!

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ) ମୁଖ୍ୟ ଆଲୋକ ବର୍ମା ବର୍ତ୍ତମାନ ବାଧ୍ୟତାମୂଳକ ଛୁଟିରେ ରହିଛନ୍ତି। ତାଙ୍କ ବିରୋଧରେ ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।

ତେବେ ଶ୍ରୀ ବର୍ମା ଏବେ ଆଉ ସିବିଆଇର ମୁଖ୍ୟ ପଦକୁ ଫେରିପାରିବେ ନାହିଁ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଶ୍ରୀ ବର୍ମାଙ୍କ ନାଁରେ ଲାଞ୍ଚ ନେବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଏହାର ତଦନ୍ତ କରିଥିଲା। ସିଭିସି ଦେଇଥିବା ରିପୋର୍ଟରେ ଶ୍ରୀ ବର୍ମାଙ୍କ ବିରୋଧରେ କିଛି ସାଂଘାତିକ ଅନିୟମିତତାର ପ୍ରମାଣ ମିଳିଥିବା କୁହାଯାଉଛି।

ସୁପ୍ରିମକୋର୍ଟ ମଧ୍ୟ ଶୁକ୍ରବାର ସିଭିସି ରିପୋର୍ଟରେ ଥିବା ତଥ୍ୟ ସଂକ୍ରାନ୍ତରେ ଶ୍ରୀ ବର୍ମାଙ୍କୁ ଜବାବ ତଲବ କରିଛନ୍ତି। ଏପରି ସ୍ଥିତିରେ ଶ୍ରୀ ବର୍ମା ଯେ ପୁଣି ସିବିଆଇ ମୁଖ୍ୟ ପଦକୁ ଫେରିବେ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ସିଭିସି ଦେଇଥିବା ରିପୋର୍ଟକୁ ପଢ଼ିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଥିଲେ, ଏଥିରେ ଏମିତି କିଛି ତଥ୍ୟ ରହିଛି, ଯାହା ତଦନ୍ତ ସାପେକ୍ଷ। ଯଦି ସୁପ୍ରିମକୋର୍ଟ ୨୦ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତି, ତା’ହେଲେ ଶ୍ରୀ ବର୍ମାଙ୍କ ଅଡ଼ୁଆ ଦ୍ୱିଗୁଣିତ ହୋଇଯିବ।

ସେହିପରି ଏହି ତଦନ୍ତ କେତେ ଦିନ ମଧ୍ୟରେ ସରିବ ଏବଂ ଏହାର ଫଳାଫଳ କ’ଣ ସେକଥା ମଧ୍ୟ କେହି ଜାଣିନାହାନ୍ତି। ଏପରି ସ୍ଥିତିରେ ଶ୍ରୀ ବର୍ମା ଯେ ପୁଣି ସିବିଆଇ ମୁଖ୍ୟ ପଦକୁ ଫେରିବେ, ତାହା କହିବା ମୁସ୍‌କିଲ।

ଶ୍ରୀ ବର୍ମାଙ୍କ ବିରୋଧରେ ତାଙ୍କ ଡେପୁଟି ରାକେଶ ଆସ୍ଥାନା ୨ କୋଟିର ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲେ। ଶ୍ରୀ ବର୍ମା ମଧ୍ୟ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିବାରୁ ସିବିଆଇ ମଧ୍ୟରେ ଚାଲିଥିବା ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି। ଏବେ ଆଲୋକ ବର୍ମାଙ୍କ ଭାଗ୍ୟ ତାଙ୍କୁ କୁଆଡ଼େ ନବ, ତାହା ଆସନ୍ତା ୨୦ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ପରେ ସ୍ପଷ୍ଟ ହୋଇଯିବ।



from Odisha Reporter https://ift.tt/2A2mY1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages