
ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜଣେ ନିରୀହ ଯୁବକଙ୍କୁ ଏସ୍ପି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ସେ ଦାବି କରିଛନ୍ତି। ଏହାସହ ସ୍ଥାନୀୟ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଦୀପ ଦାବି କରିଛନ୍ତି।
ଦାବି ପୂରଣ ନ ହେଲେ ଡିସେମ୍ବର ୪ରେ ନବରଙ୍ଗପୁର ବନ୍ଦ ପାଳନ ହେବ ବୋଲି ସେ କହିଛନ୍ତି।
ଏସ୍ପିଙ୍କ ଘରକୁ ଶ୍ରବଣ କୁମାର ନାମକ ଜଣେ ଯୁବକ ଡିଟିଏଚ୍ ଲଗାଇବାକୁ ଯାଇଥିଲେ। ହେଲେ ସେ ଏସ୍ପିଙ୍କୁ ନମସ୍କାର କରି ନଥିଲେ। ଏ କଥାରେ ଏସ୍ପି ରାଗି ଯାଇ ଶ୍ରବଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି।
ପ୍ରଦୀପ ମାଝି କହିଛନ୍ତି, ଶ୍ରବଣ ଏସ୍ପିଙ୍କୁ ନମସ୍କାର କରି ନଥିବାରୁ ତାଙ୍କୁ ମାଡ଼ ମରାଯାଇଛି। ତିନି ଦିନ ହେଲାଣି ନବରଙ୍ଗପୁର ଆଇସିସି ତାଙ୍କୁ ହଇରାଣ କରୁଛନ୍ତି ଏବଂ ଧମକ ଦେଉଛନ୍ତି। ପୂର୍ବରୁ ମଧ୍ୟ ଏସ୍ପି ୫ ଜଣଙ୍କୁ ମାଡ଼ ମାରିଥିଲେ ବୋଲି ପୂର୍ବତନ ସାଂସଦ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2zrFVep
No comments:
Post a Comment