‘ଧନତେରସ୍‌’ରେ ଏହି ବସ୍ତୁ କିଣିବା ଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

‘ଧନତେରସ୍‌’ରେ ଏହି ବସ୍ତୁ କିଣିବା ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଧନତେରସ୍‌’ରେ ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହୋଇଥିବା କୁହାଯାଏ । ଏଥିପାଇଁ ଦୀପାବଳି ପୂର୍ବଦିନ ‘ଧନତେରସ୍‌’ର ପୂଜା ବେଶ୍‌ ଧୁମ ଧାମ୍‌ରେ ପାଳନ କରାଯାଏ । ଏହି ଦିନ ସୁନା ଗହଣା ଓ ବାସନ ଦୋକାନରେ ମଧ୍ୟ ବେଶ୍ ଭିଡ଼ ଦେଖାଦିଏ। କାରଣ ଏହି ଦିନରେ ସୁନାଗହଣା ଓ ବାସନ କିଣିବାର ପରମ୍ପରା ରହିଛି। ତେବେ ଆସନ୍ତୁ ଜାଣିବା, କ’ଣ ପାଇଁ ଏମିତି ପରମ୍ପରା ରହିଛି।

କୁହାଯାଏ, ଏହି ଦିନ ଭିନ୍ନ ଭିନ୍ନ ଧାତୁର ଜିନିଷ ଘରକୁ ଆଣିଲେ, ଘରକୁ ଭଗବାନ ଧନ୍ୱନ୍ତରୀଙ୍କ ସହ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେଣୁ ମା’ ଲକ୍ଷ୍ମୀ ଓ ଧନ୍ୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ଏସବୁ ନୂଆ ବସ୍ତୁ କିଣାଯାଏ। ହେଲେ ଆପଣ ଜାଣନ୍ତି କି, କେଉଁ ବସ୍ତୁ ଭଗବାନ ଧନ୍ୱନ୍ତରୀଙ୍କ ସବୁଠୁ ପ୍ରିୟ?

ଭଗବାନ ଧନ୍ୱନ୍ତରୀଙ୍କୁ ପ୍ରିୟ ପିତ୍ତଳ: 

ଧନ୍ୱନ୍ତରୀ ଭଗବାନ ବିଷ୍ଣୁଙ୍କର ଅଂଶ। ନିଜ ୪ ଭୁଜ ମଧ୍ୟରୁ ସେ ଗୋଟିକରେ ଶଙ୍ଖ, ଗୋଟିକରେ ଚକ୍ର ଓ ଅନ୍ୟ ଦୁଇଟି ମଧ୍ୟରୁ ଗୋଟିକରେ ଔଷଧୀୟ ଦ୍ରବ୍ୟ ଓ ଆଉ ଗୋଟିଏ ହାତରେ ଅମୃତଭରା କଳସ ଧରିଥା’ନ୍ତି ଏହି ଦେବତା। ଏହି ଅମୃତଭରା କଳସଟି ପିତ୍ତଳର ହୋଇଥାଏ। ଏହି କାରଣରୁ ଭଗବାନ ଧନ୍ୱନ୍ତରୀଙ୍କୁ ପିତ୍ତଳ ଖୁବ୍‌ ପ୍ରିୟ ବୋଲି କୁହାଯାଏ।

ତେଣୁ ବିଶ୍ୱାସ ଅଛି, ଏହି ଦିନ କିଣିଥିବା ବସ୍ତୁ ଶୁଭ ଫଳ ଦେଇଥାଏ। ହେଲେ ଭଗବାନଙ୍କର ପ୍ରିୟ ପିତ୍ତଳର ବସ୍ତୁ କିଣିଲେ, ଏହି ଶୁଭ ଫଳ ଦୁଇଗୁଣା ହୋଇଯାଏ ଓ ଦୀର୍ଘ ସମୟ ଯାଏ ଏହାର ପ୍ରଭାବ ରୁହେ।

 ପୂଜା ପାଠରେ ପିତ୍ତଳର ମହତ୍ତ୍ଵ: ପିତ୍ତଳର ନିର୍ମାଣ ତମ୍ବା ଓ ଦସ୍ତା ଧାତୁର ମିଶ୍ରଣରେ କରାଯାଏ। ସନାତନ ଧର୍ମରେ ସବୁ ପ୍ରକାରର ପୂଜା ପାଠ ଓ ସବୁ ଧାର୍ମିକ କର୍ମରେ ପିତ୍ତଳର ବାସନ ହିଁ ବ୍ୟବହୃତ ହୁଏ। ଏଭଳି ଏକ କାହାଣୀ ମହାଭାରତରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ ସୂର୍ଯ୍ୟଦେବ ଦ୍ରୌପଦୀଙ୍କୁ ପିତ୍ତଳର ଅକ୍ଷତ ପାତ୍ର ବରଦାନ ସ୍ୱରୂପ ଦେଇଥିଲେ। ଯାହାର ବିଶେଷତ୍ତ୍ୱ ଥିଲା, ଦ୍ରୌପଦୀ ଯେତେ ଲୋକଙ୍କୁ ଭୋଜନ କରାଇଲେ ବି ଏହି ପାତ୍ର କେବେ ବି ଖାଲି ହୁଏ ନାହିଁ।

ତେଣୁ ଭଗବାନ ଧନୱନ୍ତରୀଙ୍କ ପ୍ରିୟ ହୋଇଥିବାରୁ ‘ଧନତେରସ୍‌’ରେ ପିତ୍ତଳ ସାମଗ୍ରୀ କିଣିବାକୁ କୁହାଯାଇଛି।



from Odisha Reporter https://ift.tt/2CUl2es

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages