
କଟକ(ଓଡ଼ିଶା ରିପୋର୍ଟର): କଟକ କଲେଜ ଛକ ପିଲିଗ୍ରୀମ୍ ରୋଡରେ ଥିବା ଏକ ଏଟିଏମ୍ ବୁଥ୍ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏନେଇ ମାଲଗୋଦାମ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଏତଲା ଦିଆଯାଇଛି।
ଘଟଣାରେ ସଂପୃକ୍ତି ଅଭିଯୋଗରେ ଉକ୍ତ ଏଟିଏମ୍ ବୁଥ୍ର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସାଙ୍ଗକୁ ପୁଲିସ୍ ଗିରଫ କରିଛି।
ଉକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏହାସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ପୁଲିସ୍ ଏଟିଏମ୍ରେ ଲାଗିଥିବା ସିସିଟିଭିକୁ ଜବତ କରିଛି।
ପୁଲିସର କହିବା ଅନୁସାରେ, ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ବେଳେ ସିକ୍ୟୁରିଟି ଗାର୍ଡ ଓ ତାଙ୍କ ବନ୍ଧୁ ତାଙ୍କୁ ଉଠାଇ ଆଣିଥିଲେ। ସେମାନେ ଏଟିଏମ୍ ବୁଥ୍ରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଗତକାଲି ପୀଡ଼ିତା ଥାନାରେ ଏତଲା ଦେଇଥିଲେ।
from Odisha Reporter https://ift.tt/2ORLvfc
No comments:
Post a Comment