‘ଘୋଡ଼ା ବେପାର’ ଅଭିଯୋଗର ପ୍ରମାଣ ଦିଅନ୍ତୁ ରାଜ୍ୟପାଳ: ଓମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

‘ଘୋଡ଼ା ବେପାର’ ଅଭିଯୋଗର ପ୍ରମାଣ ଦିଅନ୍ତୁ ରାଜ୍ୟପାଳ: ଓମାର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ୬ ମାସର ରାଜ୍ୟପାଳ ଶାସନ ପରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଥିବା ମେହବୁବା ମୁଫ୍‌ତିଙ୍କ ସମର୍ଥନରେ ବାହାରିଥିବା ଓମାର ଅବ୍‌ଦୁଲ୍ଲା ରାଜ୍ୟପାଳଙ୍କ ‘ଘୋଡ଼ା ବେପାର’ ମନ୍ତବ୍ୟର ସମାଲୋଚନା କରିଛନ୍ତି। ସରକାର ଗଠନରେ ଟଙ୍କା କାରବାର ହେବାକୁଥିବାର ସନ୍ଦେହ କରି ବିଧାନସଭା ଭଙ୍ଗ କରାଯାଇଛି ବୋଲି ପୂର୍ବରୁ କାରଣ ଦର୍ଶାଇଥିଲେ ରାଜ୍ୟପାଳ ସତ୍ୟ ପାଲ ମଲିକ୍। ଏହାର ପ୍ରତିକ୍ରିୟାରେ ଓମାର କହିଛନ୍ତି ରାଜ୍ୟପାଳ ତାଙ୍କର ଏହି ଅଭିଯୋଗ ପାଇଁ ସ୍ପଷ୍ଟୀକରଣ ଦେବାକୁ ହେବ।

ଓମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆମ ସହିତ ଅନ୍ୟାୟ ହୋଇଛି। ନିଜେ ରାଜ୍ୟାପାଳ ଲିଖିତ ଭାବରେ ଟଙ୍କା କାରବାର ହୋଇଛି, ବିଧାୟକ କିଣା ହୋଇଛି, ଘୋଡ଼ା ବେପାର ହୋଇଛି ପରି ଅଭିଯୋଗ ଆଣିଛନ୍ତି। ରାଜ୍ୟବାସୀଙ୍କୁ ସେ ଉତ୍ତର ଦେବାକୁ ହେବ ଯେ, ଆପଣଙ୍କ ପାଖରେ କ’ଣ ପ୍ରମାଣ ରହିଛି, କିଏ ଟଙ୍କା ନେଇଛି ଏବଂ କାହା ପାଖରେ ଟଙ୍କା ଅଛି।” ମୁଫ୍‌ତିଙ୍କ ସହିତ ହାତ ମିଳାଇବାକୁ ନେଇ ସେ କହିଛନ୍ତି, “ଯଦିଓ ଏହା ମୋ ଦଳ ପ୍ରତି ପ୍ରଭାବ ପକାଇବ, ପ୍ରକାରାନ୍ତରେ ଜମ୍ମୁକଶ୍ମୀରର ହିତ ପାଇଁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି।”

ସେ ଆହୁରି ମଧ୍ୟ କହିଛନ୍ତି, ପିଡିପି ପକ୍ଷରୁ ଆମ ଦଳର ଏକ ‘ସମର୍ଥନ ପତ୍ର’ ଆବଶ୍ୟକ ହେଉଥିଲା। କିନ୍ତୁ ମୁଁ କହିଥିଲି ଦଳ ସହିତ ପରାମର୍ଶ ନେଇ ଏହି ନିଷ୍ପତ୍ତି ନେବି ବୋଲି ଜଣାଇଥିଲି। ସେଥିପାଇଁ ଦିନେ ଦୁଇ ଦିନ ଆବଶ୍ୟକ ହେଉଥିଲା।

ସେ ଭବିଷ୍ୟତ ବାବଦରେ କହିଥିଲେ, ଆମେ ସରକାର ଗଠନ ପାଇଁ ବହୁତ ପ୍ରୟାସ କରିଥିଲୁ। କିନ୍ତୁ ନିର୍ବାଚନ କଥା କହିବାକୁ ଗଲେ, ଆମେ ଏକାଠି ଲଢ଼ିବା ଜମ୍ମୁକଶ୍ମୀର ଲୋକଙ୍କ ପାଇଁ ଲାଭପ୍ରଦ ହେବନି।



from Odisha Reporter https://ift.tt/2KrJNjO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages