ସେନା ଛାଡ଼ି ଏପ୍ରିଲରେ ଆତଙ୍କୀ ସାଜିଥିଲା, ଏବେ ଗୁଳିରେ ଟଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ସେନା ଛାଡ଼ି ଏପ୍ରିଲରେ ଆତଙ୍କୀ ସାଜିଥିଲା, ଏବେ ଗୁଳିରେ ଟଳିଲା

ଶ୍ରୀନଗର: ଜମ୍ମୁକଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ଯୁବକ ରହିଛି। ଏହି ଯୁବକ ଜଣଙ୍କ ଗତ ଏପ୍ରିଲ ମାସରେ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟରୀ ରେଜିମେଣ୍ଟ ଛାଡ଼ି ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା।

ତା’ର ପ୍ରକୃତ ନାଁ ଇଦ୍ରେସ ସୁଲତାନ ହୋଇଥିଲେ ହେଁ ତାକୁ ଛୋଟା ଅବରାର ନାଁରେ ସମସ୍ତେ ଜାଣିଥିଲେ। ସେ ଓ ତା’ର ସହଯୋଗୀମାନେ ଏକାଧିକ ଥର ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିବାର ନଜିର ରହିଛି।

ଆଜି ସକାଳେ ସୁଲତାନ୍‌ ଓ ତା’ର ସହଯୋଗୀ ଆମୀର ହୁସେନ ରାଥେର ଦକ୍ଷିଣ କଶ୍ମୀରର ଜାଇନାପୁରାରେ ଲୁଚିଥିବା ଖବର ମିଳିଥିଲା। ଏମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ଏମାନେ ଲୁଚିଥିବା ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚିବା କ୍ଷଣି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ସୁଲତାନ ଓ ଆମୀର ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଏମାନଙ୍କ ନିକଟରୁ ଦୁଇଟି ଏକେ-୪୭ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସୁଲତାନ ଓ ଆମୀର ଉଭୟ ସୋପିଆନ୍‌ର ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2zwdUBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages