
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଦିଲୀପ ରାୟ ବିଜେପି ଟିକେଟ୍ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।
ତାଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି। ଏ ନେଇ ନିର୍ବାଚନ କମିଶନ୍ଙ୍କୁ ମଧ୍ୟ ଜଣାଇ ଦିଆଯାଇଛି।
ବିଧାୟକ ପଦ ଛାଡ଼ିବା ସହିତ ଦିଲୀପ ବିଜେପି ମଧ୍ୟ ଛାଡ଼ିଛନ୍ତି। ସେ ଇ-ମେଲ୍ ଯୋଗେ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ପଠାଇଥିବା ଜଣାପଡ଼ିଛି।
ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ୍ ପ୍ରତିଶ୍ରୁତି ପୂରଣ ନ ହେବା ନେଇ ଦିଲୀପ ବିଜେପି ଉପରେ କ୍ଷୁବ୍ଧ ଥିଲେ।
ଉଭୟ ବିଧାୟକ ପଦ ଓ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ନେଇ ସେ ଏକ ଟ୍ୱିଟ୍ କରି ଜଣାଇଛନ୍ତି।
It is with deep anguish that I have decided to quit as the Member of State Legislative Assembly as well as from the Membership of Bharatiya Janata Party (BJP). pic.twitter.com/pXMrezRU9H
— Dilip Ray (@DilipRayOdisha) November 30, 2018
from Odisha Reporter https://ift.tt/2RnRwlL
No comments:
Post a Comment