କଂଗ୍ରେସ ପଦାଧିକାରୀଙ୍କୁ ଗୁରୁମନ୍ତ୍ର, ଡିସେମ୍ବର ୧୫ ସୁଦ୍ଧା ବୁଥ୍ କମିଟି ଓ ଜୋନ୍ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

କଂଗ୍ରେସ ପଦାଧିକାରୀଙ୍କୁ ଗୁରୁମନ୍ତ୍ର, ଡିସେମ୍ବର ୧୫ ସୁଦ୍ଧା ବୁଥ୍ କମିଟି ଓ ଜୋନ୍ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି କଂଗ୍ରେସ ପଦାଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳୀୟ ପଦାଧିକାରୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ବୁଥ୍ ଓ ଜୋନ୍ କମିଟି ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଦଳର ଜନଜାଗରଣ ଯାତ୍ରାକୁ ସବୁ ପଞ୍ଚାୟତରେ ପହଞ୍ଚାଇବା ନିମନ୍ତେ ଏକ ରୋଡମ୍ୟାପ ପ୍ରସ୍ତୁତ କରି ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପିସିସି ମୁଖ୍ୟାଳୟରେ ପ୍ରଦେଶ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିସିସି କର୍ମକର୍ତ୍ତା,ଜିଲ୍ଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଜନଜାଗରଣ ଯାତ୍ରାକୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ କରିବା ପାଇଁ ଜିଲ୍ଲା ସଭାପତିମାନେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରି ସଭାପତିଙ୍କ ନିକଟରେ ଦାଖଲ କରିଛନ୍ତି। ଏହାସହିତ ଜୋନ୍ ଓ ବୁଥ୍ କମିଟିଗୁଡ଼ିକୁ ତୁରନ୍ତ ଗଠନ କରି ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏ ସମ୍ପର୍କରେ ପିସିସି ସଭାପତିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦଳୀୟ ପଦାଧିକାରୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ନେଇ ସଭାପତି ଶ୍ରୀ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଥିଲେ। ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ କମିଟି ଓ ବୁଥ କମିଟି ସଂପୂର୍ଣ୍ଣ ଗଠନ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକ ପଠାଇବାକୁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ସାଢ଼େ ୧୮ ବର୍ଷର ନବୀନ ସରକାର ଓ ସାଢ଼େ ୪ ବର୍ଷର ମୋଦି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଦଳ ଏକମାତ୍ର ବିକଳ୍ପ ବୋଲି ଉପସ୍ଥିତ ନେତାମାନଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବୈଠକରେ ଯୋଗଦେଇ କଂଗ୍ରେସ ଦଳର ସାଂଗଠନିକ ପୁନର୍ବିନ୍ୟାସରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ସଂଗଠନ ସୁଦୃଢ଼ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ପିସିସି କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ନବକିଶୋର ଦାସ, ଏଆଇସିସି ସଂପାଦକ ଶେଖ ମସ୍ତାନ ଅଲ୍ଲୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପ୍ରେଜେକ୍ଟ ଶକ୍ତି ଓ ମୋ ବୁଥ ମୋ ଗୌରବ ଉପରେ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲା କଂଗ୍ରେସର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ସମେତ ପିସିସି ପଦାଧିକାରୀମାନେ ମଧ୍ୟ ବୈଠକରେ ନିଜର ମତ ଉପସ୍ଥାପନ କରିଥିଲେ। ପ୍ରାୟ ୧୦୧ ଜଣ କର୍ମକର୍ତ୍ତା ବୈଠକରେ ସାମିଲ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2TfX57d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages