ଟିକେଟ୍ ନମିଳିବାରୁ କାନ୍ଦିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଟିକେଟ୍ ନମିଳିବାରୁ କାନ୍ଦିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତା’ପରେ…

888

ଭୋପାଲ: ଟିକେଟ୍ ନ ମିଳିବାରୁ କାନ୍ଦି ପକାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସରତାଜ ସିଂହ। ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୭୭ ବର୍ଷୀୟ ସରତାଜଙ୍କୁ ବିଜେପି ଟିକେଟ୍ ନ ଦେବାରୁ ସେ କାନ୍ଦି ପକାଇଥିଲେ। ଆଉ ଏହାର କିଛି ସମୟ ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

କଂଗ୍ରେସ ସରତାଜଙ୍କୁ ପ୍ରାର୍ଥୀ କରିଛି। ଦଳ ତାଙ୍କୁ ହୋଶଙ୍ଗାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି।

ସରତାଜ କହିଛନ୍ତି,“ମୁଁ କଂଗ୍ରେସକୁ ଧନ୍ୟବାଦ ଜଣାଉଛି। ଦଳ ମୋତେ ହୋଶଙ୍ଗାବାଦ ସିଟ୍‌ ପାଇଁ ଟିକେଟ୍ ଦେଇଛି। ମୁଁ ୫୮ ବର୍ଷ ଧରି ବିଜେପି ପାଇଁ କାମ କଲି। ହେଲେ ଦଳ ମୋତେ ଏଥର ଟିକେଟ୍ ଦେଲା ନାହିଁ। ମୁଁ ଲୋକଙ୍କ ସହିତ ରହି ସେମାନଙ୍କ ସେବା କରିବାକୁ ଚାହୁଁଛି। ସେଥିପାଇଁ ମୁଁ ନିର୍ବାଚନ ଲଢ଼ୁଛି।”

tttସେ ଆହୁରି କହିଛନ୍ତି,“ ଘରେ ବସି ମୁଁ ମାଳା ଜପିବାକୁ ଚାହୁଁନାହିଁ। ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି।”

ମଧ୍ୟପ୍ରଦେଶରେ ବିଜେପିର ଶିଖ୍ ଚେହେରା ସାଜିଥିବା ସରତାଜ ସିଂହ ହେଶଙ୍ଗାବାଦ ଜିଲ୍ଲାର ସିଭନୀ-ମାଲୱାରୁ ଦୁଇ ଥର ବିଧାୟକ ହୋଇଛନ୍ତି। ବର୍ତ୍ତମାନ ସେ ସେହି ଆସନରେ ବିଧାୟକ ଅଛନ୍ତି। ପୁଣି ଥରେ ସେ ଏହି ଆସନରୁ ଟିକେଟ୍ ଚାହୁଁଥିଲେ। ତେବେ ଏହି ଆସନ ପାଇଁ ବିଜେପି ଏ ପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ।

ନଭେମ୍ୱର ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ- ଆର୍‌ଏସ୍‌ଏସ୍‌ର କଥା ରହିଲା: ମଧ୍ୟପ୍ରଦେଶରେ ଟିକେଟ୍‌ ହରାଇଲେ ୨୭ ବିଧାୟକ



from Odisha Reporter https://ift.tt/2JQskl8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages