ନିଜ ଜନ୍ମ ଦିନର ଶାହାରୁଖ୍‌ ପ୍ରଥମେ କେକ୍‌ କାହାକୁ ଖୁଆଇଲେ, ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ନିଜ ଜନ୍ମ ଦିନର ଶାହାରୁଖ୍‌ ପ୍ରଥମେ କେକ୍‌ କାହାକୁ ଖୁଆଇଲେ, ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ୍‌ ରୋମାନ୍ସ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ ଆଜି ତାଙ୍କର ୫୩ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏହି ଦିନଟି ତାଙ୍କ ପାଇଁ ଯେତିକି ଖାସ୍‌ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ବି ସେତିକି ଖାସ୍‌। ଆଉ ସେମାନେ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ରାତି ୧୨ ଟାରେ ମନ୍ନତ(ଶାହାରୁଖ୍‌ଙ୍କ ଘର) ସମ୍ମୁଖରେ ଏକାଠି ହୋଇଥିଲେ।

ଶାହାରୁଖ୍‌ ଏଥର ଜନ୍ମ ଦିବସକୁ ନିଜ ପରିବାର ସହ ମଧ୍ୟ ପାଳିଛନ୍ତି। କେକ୍‌ ବି କାଟିଛନ୍ତି। ଆଉ କେକ୍‌ କାଟିବା  ପରେ ସର୍ବ ପ୍ରଥମେ ପତ୍ନୀ ଗୌରୀ ଖାନ୍‌ଙ୍କୁ କେକ୍‌ ଖୁଆଇଛନ୍ତି। ଆଉ ତା ପରେ  ଘର ସାମ୍ନାରେ ଅପେକ୍ଷା କରିଥିବା ଫ୍ୟାନ୍‌ମାନଙ୍କୁ ବି ସେ ସାକ୍ଷାତ କରିଛନ୍ତି।

ସୂଚନାଯୋଗ୍ୟ, ଇଦ୍‌ ହେଉକି କି ଅନ୍ୟ କୌଣସି ପର୍ବ, ଶାହାରୁଖ୍‌ ସବୁବେଳେ ନିଜ ଫ୍ୟାନ୍‌ମାନଙ୍କୁ ସାକ୍ଷାତ କରିବା ପାଇଁ ଘର ବାହାରକୁ ନିଶ୍ଚିତ ଆସନ୍ତି। ଫ୍ୟାନ୍‌ମାନେ ବି ତାଙ୍କ ପାଇଁ ପ୍ରତି ବର୍ଷ କେକ୍‌ ଆଣି ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି।

ଏଥର ଶାହାରୁଖ୍‌ ଫ୍ୟାନ୍‌ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ବି ଦେଇଛନ୍ତି। ସେ ରିଟର୍ଣ୍ଣ ଗିଫ୍ଟ କ’ଣ ଜାଣିଛନ୍ତି। ତାହା ହେଉଛି ତାଙ୍କ ଫିଲ୍ମ ‘ଜିରୋ’। ତାଙ୍କ ଜନ୍ମ ଦିନ ଅବସରରେ ସେ ତାଙ୍କ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ୍‌ କରିଛନ୍ତି।



from Odisha Reporter https://ift.tt/2znbrtl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages