ଗାଡ଼ି କିଣିବା ସମୟରେ ମନେ ରଖନ୍ତୁ ଏହି ୫ଟି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଗାଡ଼ି କିଣିବା ସମୟରେ ମନେ ରଖନ୍ତୁ ଏହି ୫ଟି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ମଣିଷ ଜୀବନ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ଜିନିଷ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
ଏଥିରେ ଶୁଭ- ଅଶୁଭ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଗାଡ଼ି କିଣିବା ସମୟରେ କେଉଁ ୫ଟି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍‌।

  •  କିଛି ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଉଚ୍ଚ ଦଶାରେ ରହିଥାଏ। ଏହି ଲୋକମାନେ ଗାଡ଼ି କିଣିବା ସମୟରେ ସାବଧାନ ହୋଇ କିଣନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଲୋକମାନେ ବଡ଼ ଗାଡ଼ି କିଣିବା ଶୁଭ ହୋଇଥାଏ। ଏହା ସହିତ ଗାଡ଼ିର ରଙ୍ଗ ଲାଲ୍‌, କମଳା ଏବଂ ସବୁଜ ହେବା ଉଚିତ୍‌।
  • ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ବୁଧ ଗ୍ରହ ମଜବୁତ୍‌ ଥାଏ, ସେହି ବ୍ୟକ୍ତି ଗାଡ଼ିର ଲୁକ୍‌ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। ଏହି ଲୋକଙ୍କ ପାଇଁ ସବୁଜ୍‌ କିମ୍ୱା ସିଲ୍‌ଭର୍‌ ରଙ୍ଗର ଗାଡ଼ି ଶୁଭ ବୋଲି କୁହାଯାଇଥାଏ।
  • ଜନ୍ମ କୁଣ୍ଡଳୀରେ ଗୁରୁ ଗ୍ରହ ମଜବୁତ୍‌ ରହିଥିଲେ ଏହି ରାଶିର ଲୋକଙ୍କ ପାଇଁ ଗାଡ଼ି କିଣିବା ସବୁ ଦିଗରୁ ଶୁଭ ହୋଇଥାଏ। ଏପରି କୁହାଯାଇଥାଏ ଯେ, ଗୁରୁ ଗ୍ରହ ମଜବୁତ୍‌ ରହିଲେ, ବ୍ୟକ୍ତି ସବୁ କାର୍ଯ୍ୟରେ ଠିକ୍‌ ନିଷ୍ପତି ନେଇଥାଏ।
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ କୁଣ୍ଡଳୀରେ ଚତୁର୍ଥ ଦିଗରେ ଗୁରୁ ରହିଛି, ସେମାନଙ୍କୁ ବିଶେଷ ସାବଧାନ ରହିବାକୁ ପଡ଼ିଥାଏ। ଏହି ବ୍ୟକ୍ତି ଭୁଲ୍‌ରେ ବି ନିଜ ନାମରେ ଗାଡ଼ି କିଣିବା ଉଚିତ୍‌ ନୁହେଁ। ଏପରି ସମୟରେ ଗାଡ଼ି କିଣିଲେ, ଗାଡ଼ି ଚୋରି ହେବାର ସମ୍ଭାବନା ରହିଥାଏ।
  • କିଛି ଲୋକଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଉଚ୍ଚ ସ୍ଥାନରେ ରହିଥାଏ। ଏହି ରାଶିଧାରି ବ୍ୟକ୍ତି ଗାଡ଼ି କିଣିବା ପୂର୍ବରୁ ନିଜ ସ୍ତ୍ରୀଙ୍କର ପରାମର୍ଶ ନିଅନ୍ତୁ। ଏହି ବ୍ୟକ୍ତି ଧଳା, ଗୋଲାପି ବା ହାଲ୍‌କା ରଙ୍ଗର ଗାଡ଼ି କିଣନ୍ତୁ।


from Odisha Reporter https://ift.tt/2K74Bx2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages