
ବ୍ରିସବେନ୍: ଟିମ୍ ଇଣ୍ଡିଆ ଆଜିଠାରୁ ତା’ର ଅଷ୍ଟ୍ରେଲିଆ ମିଶନ ଆରମ୍ଭ କରିଛି। କଙ୍ଗାରୁ ଟିମ୍ ସହ ପ୍ରଥମ ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ତେବେ ଅଷ୍ଟ୍ରେଲିଆ ଇନିଂସ୍ର ୧୬.୧ ଓଭର୍ରେ ବର୍ଷା ହେବାରୁ ମ୍ୟାଚ୍କୁ ଅଧାରୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ବର୍ଷା ହେବା ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଦଳର ଦୁଇ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ ଓ ମାର୍କସ୍ ଷ୍ଟୋଇନିସ୍ ଅପରାଜିତ ରହିଛନ୍ତି। ଷ୍ଟୋଇନିସ୍ ୧୮ଟି ବଲ୍ରେ ୩୧ ରନ୍ କରିଥିବା ବେଳେ ମ୍ୟାକ୍ସୱେଲ ୨୪ ବଲ୍ରେ ୪୬ ରନ୍ କରିଛନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଟିମ୍ ୨୪ ରନ୍ରେ ଡି ଆର୍ସି ଶଟ୍ଙ୍କୁ ହରାଇଥିଲା। ସେ ମାତ୍ର ୭ ରନ୍ କରି ଖଲୀଲ ଅହମ୍ମଦଙ୍କ ବଲ୍ରେ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ଅଧିନାୟକ ଆରୋନ୍ ଫିଞ୍ଚ ଓ ବିସ୍ଫୋରକ କ୍ରିସ୍ ଲିନ୍ ଭାରତୀୟ ବୋଲରକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଉଭୟ ୮.୩ ଓଭର୍ରେ ୬୪ ରନ୍ ସଂଗ୍ରହ କରିବା ସହ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ। କିନ୍ତୁ ଚାଇନାମ୍ୟାନ୍ କୁଲଦୀପ ଯାଦବ ଉଭୟ ଫିଞ୍ଚ(୨୭) ଓ ଲିନ୍(୩୭)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚ୍ରେ କମ୍ବ୍ୟାକ୍ କରାଇଥିଲେ।
୧୦.୧ ବଲ୍ରେ ୭୫ ରନ୍ କରି ୩ ୱିକେଟ୍ ହରାଇଥିବା ଅଷ୍ଟ୍ରେଲିଆ ପାଇଁ ମ୍ୟାକ୍ସୱେଲ୍ ଏବଂ ଷ୍ଟୋଇନିସ୍ ମଙ୍ଗ ସମ୍ଭାଳିଥିଲେ। ଉଭୟ ମାତ୍ର ୬ ଓଭର୍ରେ ୭୮ ରନ୍ ସଂଗ୍ରହ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ତେବେ ଅଷ୍ଟ୍ରେଲିଆ ଇନିଂସ୍ ସରିବାକୁ ଆଉ ୨୩ଟି ବଲ୍ ବାକିଥିବା ବେଳେ ହଠାତ୍ ବର୍ଷା ହେବାରୁ ମ୍ୟାଚ୍କୁ ପାଗ ଠିକ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଖଲୀଲ ଅହମ୍ମଦ ଗୋଟିଏ ୱିକେଟ୍ ପାଇଛନ୍ତି। ଭାରତ ଗତକାଲି ଘୋଷଣା କରିଥିବା ୧୨ ଜଣିଆ ଦଳ ମଧ୍ୟରୁ କେବଳ ୟୁଜବେନ୍ଦର ଚହଲ ଆଜିର ମ୍ୟାଚ୍ ଖେଳୁନାହାନ୍ତି।
from Odisha Reporter https://ift.tt/2A8RjM4
No comments:
Post a Comment