କଶ୍ମୀର ବିଧାନସଭା ଭଙ୍ଗକୁ ନେଇ ‘ଜଙ୍ଗ୍‌’: ବିଜେପି ଆଣିଲା ପାକ୍‌ ଆଙ୍ଗଲ୍, ଓମର୍ ମାଗିଲେ ପ୍ରମାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

କଶ୍ମୀର ବିଧାନସଭା ଭଙ୍ଗକୁ ନେଇ ‘ଜଙ୍ଗ୍‌’: ବିଜେପି ଆଣିଲା ପାକ୍‌ ଆଙ୍ଗଲ୍, ଓମର୍ ମାଗିଲେ ପ୍ରମାଣ

ନୂଆଦିଲ୍ଲୀ: ଦୁଇ ଦୁଇଟି ଦଳ ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିବା ପରେ ରାଜ୍ୟପାଳ ସତ୍ୟପାଲ ମଲିକ ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ଏବେ ରାଜନୀତିକ ଦଳ ଗୁଡ଼ିକ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।

ବିଜେପି ଏହି ପ୍ରସଙ୍ଗରେ ପାକ୍‌ ଆଙ୍ଗଲ୍ ଭର୍ତ୍ତି କରିଥିବା ବେଳେ ନ୍ୟାଶନାଲ୍‌ କନଫରେନ୍ସ ନେତା ଓମର୍ ଅବଦୁଲ୍ଲା ଏହାର ପ୍ରମାଣ ମାଗିଛନ୍ତି।

ବିଜେପି ନେତା ରାମ ମାଧବ ଅଭିଯୋଗ କରିଥିଲେ ଯେ, ପାକ୍‌ ନିର୍ଦ୍ଦେଶରେ ମେହବୁବା ମୁଫତିଙ୍କ ପିଡିପି ଏବଂ ଓମର ଅବଦୁଲ୍ଲାଙ୍କ ନ୍ୟାଶନାଲ୍‌ କନଫରେନ୍ସ (ଏନସି) ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଆଗେଇ ଆସିଛନ୍ତି। ଏମାନଙ୍କୁ କଂଗ୍ରେସ ସମର୍ଥନ କରୁଛି। ପିଡିପି ଓ ଏନ୍‌ସି ଜମ୍ମୁ-କଶ୍ମୀର ପୌର ନିର୍ବାଚନକୁ ବୟକଟ୍‌ କରିବା ପଛରେ ମଧ୍ୟ ପାକ୍‌ ନିର୍ଦ୍ଦେଶ ଥିଲା।

ଏବେ ପାକିସ୍ତାନ ଇସାରାରେ ସେମାନେ ରାଜ୍ୟରେ ସରକାର ଗଠନ କରିବାକୁ ଆଗେଇ ଆସିଛନ୍ତି। କିନ୍ତୁ ରାଜ୍ୟପାଲ ସତ୍ୟପାଲ ମଲିକ ବିଧାନସଭା ଭଙ୍ଗ କରି ଉଚିତ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାମ ମାଧବ କହିଥିଲେ।

ରାମ ମାଧବଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ଓମର ଅବଦୁଲ୍ଲା ଏହାର ଜବାବ ଦେଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ ରାମ ମାଧବଙ୍କର ଯଦି ସାହସ ଅଛି, ତା’ହେଲେ ସେ କରିଥିବା ଅଭିଯୋଗକୁ ପ୍ରମାଣ କରି ଦେଖାନ୍ତୁ।

ଆପଣଙ୍କ ପାଖରେ ର’, ଗୁଇନ୍ଦା ବିଭାଗ, ଏନ୍‌ଆଇଏ ଭଳି ସଂସ୍ଥା ରହିଛନ୍ତି। ସିବିଆଇ ମଧ୍ୟ ଆପଣଙ୍କ ଅଧୀନରେ ରହିଛି। ଆପଣ ସେମାନଙ୍କୁ ବ୍ୟବହାର କରି ଆପଣ କରିଥିବା ଅଭିଯୋଗର ପ୍ରମାଣ ସର୍ବସାଧାରଣରେ ଉପସ୍ଥାପନ କରନ୍ତୁ। ଅଭିଯୋଗର ପ୍ରମାଣ କରନ୍ତୁ ନ ହେଲେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

ଏହି ଟ୍ୱିଟ୍‌ ପରେ ରାମ ମାଧବ ନିଜ ବୟାନର ସଫେଇ ଦେଇଛନ୍ତି। ସେ କହିଛନ୍ତି, “ ଓମର ଅବଦୁଲ୍ଲା, ମୁଁ ଆପଣଙ୍କ ଦେଶଭକ୍ତିକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହିଁ। କିନ୍ତୁ ହଠାତ୍‌ ପିଡିପି ଓ ଏନ୍‌ସି ମଧ୍ୟରେ ପ୍ରେମ ଅନେକଙ୍କ ମନରେ ଏକାଧିକ ପ୍ରଶ୍ନ ଉଠାଇଛି।

ମୋର ଆପଣଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା।” ଓମାର କହିଛନ୍ତି, ଆପଣ ଏମିତି କଥା କହି ଖସି ଯିବାକୁ ଉଦ୍ୟମ କରନ୍ତୁ ନାହିଁ। ଆପଣ କହିଛନ୍ତି ମୋ ଦଳ ପାକିସ୍ତାନ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି।

ମୁଁ ଏବେ ଏହି ଅଭିଯୋଗକୁ ପ୍ରମାଣ କରି ଦେଖାଇବାକୁ ଆପଣକୁ ଚ୍ୟାଲେଞ୍ଜ କରୁଛି। ଏନ୍‌ସି ପାକିସ୍ତାନ ଇସାରାରେ ପୌର ନିର୍ବାଚନକୁ ବୟକଟ୍‌ କରିଥିଲା ବୋଲି ଆପଣ ପ୍ରମାଣ କରି ଦେଖାନ୍ତୁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2FAMiBE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages