ସେପଟେ ଜଳୁଥିଲା ବାପାଙ୍କ ଚିତା, କିନ୍ତୁ ଅସମାପ୍ତ ଇନିଂସକୁ ସାରିବାକୁ ପଡ଼ିଆକୁ ଫେରିଥିଲେ ଏଇ କ୍ରିକେଟ ସୁପରଷ୍ଟାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ସେପଟେ ଜଳୁଥିଲା ବାପାଙ୍କ ଚିତା, କିନ୍ତୁ ଅସମାପ୍ତ ଇନିଂସକୁ ସାରିବାକୁ ପଡ଼ିଆକୁ ଫେରିଥିଲେ ଏଇ କ୍ରିକେଟ ସୁପରଷ୍ଟାର

ନୂଆଦିଲ୍ଲୀ: ୨୦୦୬ ମସିହା ଡିସେମ୍ବର ୧୯। ଏହି ଦିନଟିକୁ ବିରାଟ୍‌ କୋହଲି ବୋଧେ କେବେ ବି ଭୁଲି ପାରିବେ ନାହିଁ। ଏହି ଦିନ ବିରାଟ୍‌ଙ୍କ ଆଖିରେ ଲୁହ ଜକେଇ ଆସୁଥିଲେ ହେଁ କ୍ରିକେଟ୍‌ ପାଇଁ ସେ ନିଜ ଲୁହକୁ ନିଜ ମଧ୍ୟରେ ଚାପି ରଖିଥିଲେ। କ୍ରିକେଟ୍‌ ପ୍ରତି ତାଙ୍କର ଅତ୍ୟନ୍ତ ଦୃଢ ପ୍ରତିବଦ୍ଧତା ଥିବା ଏହି ଗୋଟିଏ ଘଟଣା ପ୍ରମାଣିତ କରିଥିଲା।

ଡିସେମ୍ବର ୧୯ରେ ଦିଲ୍ଲୀ ଓ କର୍ଣ୍ଣାଟକା ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ର ୩ୟ ଦିନ। ସେତେବେଳେ ବିରାଟ୍‌ଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବିରାଟ୍‌ ୪୦ ରନ୍‌ କରି ଅପରାଜିତ ଥିଲେ। ଫଲୋଅନ୍‌ ଦୂର କରିବା ପାଇଁ ଦିଲ୍ଲୀକୁ ଆହୁରି ୧୯୨ ରନ୍‌ ଆବଶ୍ୟକ ଥିଲା। ବିରାଟ୍‌ କ୍ରିଜ୍‌ରେ ଥିବାରୁ ଦିଲ୍ଲୀ ବେଶ ଆଶାବାଦୀ ଥିଲା।

କିନ୍ତୁ ଡିସେମ୍ବର ୧୯ ତାରିଖ ସକାଳେ ବିରାଟ୍‌ ଯେଉଁ ଖବର ଶୁଣିଥିଲେ, ତାହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ବିରାଟ୍‌ଙ୍କ ସ୍ଥାନରେ ଆଉ ଯିଏ ବି ଥାଆନ୍ତା, ହୁଏତ ସେ କେବେ ହେଲେ ଏମିତି କରିପାରି ନଥାନ୍ତା। ବିରାଟ୍‌ ସକାଳୁ ସକାଳୁ ତାଙ୍କ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ। ଯେଉଁ ବାପା ବିରାଟ୍‌ଙ୍କୁ ପ୍ରତିଟି କଥାରେ ଗାଇଡ୍‌ କରିବା ସହ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ର ଭବିଷ୍ୟତ ଗଢ଼ିବାକୁ ଚାହୁଁଥିଲେ, ସେ ଆଉ ବିରାଟ୍‌ଙ୍କ ପାଖରେ ନଥିଲେ।

ରଣଜୀ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ସଙ୍ଗିନ ମୋଡ଼ରେ ଥିବା ବେଳେ ଏଭଳି ଖବର ପାଇ ବିରାଟ୍‌ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ସେ ତୁରନ୍ତ ବାପା(ପ୍ରେମ କୋହଲି)ଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ବାହାରି ଯାଇଥିଲେ। କିନ୍ତୁ ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରି ବିରାଟ୍‌ ପୁଣି ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଆସିଥିଲେ।

ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିବାରୁ ସେକଥା ଭାବି ବିରାଟ୍‌ଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। କିନ୍ତୁ ସେ ଦୃଢ଼ ମନୋବଳ ସହ ବ୍ୟାଟିଂ କରିଥିଲେ। ସେ ବ୍ୟାଟିଂ କଲାବେଳେ ପଡ଼ିଆ ମଝିରେ କାହା ସହ ପଦୁଟିଏ ବି କଥା ହୋଇ ନଥିଲେ।

କିନ୍ତୁ ତାଙ୍କ ବ୍ୟାଟ୍‌ ଅନେକ କଥା କହିଥିଲା। ଅବଶ୍ୟ ସେ ୯୦ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ସେତେବେଳକୁ ସେ ତାଙ୍କ ଟିମ୍‌ ମ୍ୟାଚ୍‌କୁ ସୁରକ୍ଷିତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

ବିରାଟ୍‌ କେମିତି ଜଣେ ମହାନ ପ୍ରତିବଦ୍ଧତା ସମ୍ପନ୍ନ କ୍ରିକେଟର୍‌ ତାହାର ଏହି ଘଟଣା ତାର ଏକ ଅକାଟ୍ୟ ପ୍ରମାଣ।

ସେହିଦିନଠାରୁ ବିରାଟ୍‌ ନିଜର ୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ କେବେ ହେଲେ ପଛକୁ ଫେରି ଚାହିଁନାହାନ୍ତି। ସେ ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୧୫ ହଜାରରୁ ଅଧିକ ରନ୍‌ କରିସାରିଲେଣି। ଦରକାର ପଡ଼ିଲେ ସେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇପାରନ୍ତି।



from Odisha Reporter https://ift.tt/2Oq8td5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages