ଦୀପାବଳିରେ ଯୋଗୀ ସରକାରଙ୍କ ବଡ଼ ଘୋଷଣା: ଅଯୋଧ୍ୟାରେ ହେବ ବିରାଟ ରାମ ମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଦୀପାବଳିରେ ଯୋଗୀ ସରକାରଙ୍କ ବଡ଼ ଘୋଷଣା: ଅଯୋଧ୍ୟାରେ ହେବ ବିରାଟ ରାମ ମୂର୍ତ୍ତି

ଲକ୍ଷ୍ନୌ: ଫୈଜାବାଦକୁ ଅଯୋଧ୍ୟା ନାଁରେ ନାମିତ କରିବାକୁ ଘୋଷଣା କରିଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ହିନ୍ଦୁତ୍ୱବାଦ ଏଜେଣ୍ଡା ପ୍ରତିଷ୍ଠା ପାଇଁ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉତ୍ସବ ପାଇଁ ଅଯୋଧ୍ୟା ଗସ୍ତ କରିଥିବା ଯୋଗୀ ଆଦିତ୍ୟନାଥ ସହରରେ ଖୁବ୍‌ଶୀଘ୍ର ବଡ଼ ରାମ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଯୋଗୀ କହିଛନ୍ତି, “ଲୋକମାନେ ଏଠାକୁ ଭଗବାନ ରାମଙ୍କୁ ଦର୍ଶନ ଓ ସ୍ମରଣ କରିବାକୁ ଆସୁଛନ୍ତି। ଏଠାରେ ହେବାକୁ ଥିବା ବିରାଟ ରାମ ପ୍ରତିମୂର୍ତ୍ତି ଲୋକଙ୍କ ଏହି ଆଶାକୁ ପୂରଣ କରିପାରିବ। ତେଣୁ ଏଠାରେ ଖୁବ୍‌ଶୀଘ୍ର ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ। ଏନେଇ ବିଭିନ୍ନ ସ୍ଥପତିଙ୍କ ସହ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।”
ପୂର୍ବରୁ ଗୁଜରାଟ୍‌ରେ ୧୮୨ ମିଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା ବେଳେ ଏବେ ରାମଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ବିଜେପି ଅଣ୍ଟା ଭିଡ଼ିଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଏଠାରେ ମନ୍ଦିର ଥିଲା, ଏବେ ଅଛି ଏବଂ ଆଗକୁ ମଧ୍ୟ ରହିବ। ଭାରତର ସମ୍ବିଧାନ ଅନୁଯାୟୀ ସରକାର ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଅଯୋଧ୍ୟାରେ ସରକାର ବିଶ୍ୱାସ ରଖନ୍ତି। ସମସ୍ତ ହିନ୍ଦୁ ଶ୍ରଦ୍ଧାଳୁ ସରକାରଙ୍କ ସହ ଅଛନ୍ତି। ଅଯୋଧ୍ୟାର ପରିଚୟ ଶ୍ରୀରାମଙ୍କ ପାଇଁ ବୋଲି ସେ କହିଛନ୍ତି।

ଏହି ଘୋଷଣା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରସ୍ତାବିତ ରାମ ପ୍ରତିମୂର୍ତ୍ତି ହେବାକୁ ଥିବା ସ୍ଥାନକୁ ଯାଇ ବିଭିନ୍ନ ବିଷୟର ତର୍ଜମା କରିଥିଲେ। ଏଥିସହ ରାମ ଜନ୍ମଭୂମି, ହନୁମାନ ଗରହି ଓ କନକ ଭବନରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ। କୁହାଯାଉଛି, ସରକାର ୧୫୦ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହା ୫୦ ମିଟର ଉଚ୍ଚ ପେଣ୍ଡାଲ ଉପରେ ନିର୍ମାଣ ହେବ। ଏଥିପାଇଁ ସରକାର ବିଭିନ୍ନ କମ୍ପାନୀ ଗୁଡ଼ିକ ସହ ଆଲୋଚନା ମଧ୍ୟ କରି ସାରିଛନ୍ତି।



from Odisha Reporter https://ift.tt/2QkSCy1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages