
ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍ ପାଇଁ ଆସନ୍ତା ମାସ ତୃତୀୟ ସପ୍ତାହରେ ଖେଳାଳି ନିଲାମ କରାଯିବ। ତା’ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ଦଳଗୁଡ଼ିକ କେଉଁ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି, ତା’ର ତାଲିକା ଦେବା ପାଇଁ କୁହାଯାଇଥିଲା। ଗତକାଲି ଆଇପିଏଲ୍ ଖେଳୁଥିବା ବିଭିନ୍ନ ଟିମ୍ ସେମାନେ କେଉଁ ଖେଳାଳିଙ୍କୁ ରଖିଲେ ଓ କେଉଁ ଖେଳାଳିଙ୍କୁ ଛାଡ଼ିଲେ, ତା’ର ତାଲିକା ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ତାର ତାଲିକା ଦେଇଛି।
ଦଳରେ ୨୨ ଜଣ ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ତିନି ଜଣଙ୍କୁ ଛାଡ଼ି ଦିଆଯାଇଛି।
ଦଳରେ ଯେଉଁମାନେ ସ୍ଥାନ ବଜାୟ ରଖିଛନ୍ତି, ସେମାନେ ହେଲେ- ମହେନ୍ଦ୍ର ସିଂହ ଧୋନି, ଡୁ ପ୍ଲେସିସ୍, ଏମ୍ ବିଜୟ, ରବୀନ୍ଦ୍ର ଜାଡ଼େଜା, ସାମ୍ ବିଲିଙ୍ଗସ, ମିଚେଲ୍ ସାଣ୍ଟର, ଡାଭିଡ୍ ୱିଲ୍, ଡ୍ୱେନ୍ ବ୍ରାଭୋ, ଶେନ୍ ୱାଟ୍ସନ୍, ଲୁଙ୍ଗି ଏନ୍ଗିଡି, ଇମ୍ରାନ୍ ତାହିରଳ କେଦାର ଯାଦବ, ଅମ୍ବାତି ରାୟୁଡୁ, ହରଭଜନ ସିଂହ, ଦୀପକ ଚହର, କେ.ଏମ୍ ଅସିଫ୍, କରନ୍ ଶର୍ମା, ଧ୍ରୁବ ଶୋରେ, ଏନ୍ ଜଗଦୀଶନ, ଶର୍ଦ୍ଦୁଲ୍ ଠାକୁର, ମୋନୁ କୁମାର, ଚୈତନ୍ୟ ବିଷ୍ଣୋ।
ଯେଉଁମାନଙ୍କୁ ଦଳ ଛାଡ଼ି ଦେଲା ସେମାନେ ହେଲେ- ମାର୍କ ଉଡ୍, କନିଷ୍କ ସେଠ୍ ଓ କ୍ଷିତିଜ୍ ଶର୍ମା।
ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ୨୦୧୦ରେ ଚାମ୍ପିଅନ୍ ହୋଇଥିଲା। ତା’ପରେ ୨୦୧୧ରେ ପୁଣି ଚାମ୍ପିଅନ୍ ହୋଇଥିଲା। ୨୦୧୮ରେ ଦଳ ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତିନି ଥର ଚାମ୍ପିଅନ୍ ହୋଇଛି। ଦଳକୁ ୨୦୧୩, ୨୦୧୫ ଓ ୨୦୧୭ରେ ଏହି ସଫଳତା ମିଳିଛି।
from Odisha Reporter https://ift.tt/2PtsrZQ
No comments:
Post a Comment