
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭଧାରଣା କରିଥିବା ସମୟରେ ଯଦି ଆପଣଙ୍କ ସ୍ୱାମୀ ସିଗାରେଟ୍ ପିଉଛନ୍ତି ବା କୌଣସି ପ୍ରକାର ଧୂମପାନ କରୁଛନ୍ତି ତା ହେଲେ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ୧୭ରୁ ୨୦ ବର୍ଷ ବୟଷର ୧୦୪ ଜଣ ଯୁବକଙ୍କୁ ନେଇ ଏକ ଗବେଷଣାରୁ ଜଣାପଡିଛି ଯେ, ଏପରି ସ୍ଥିତିରେ ଛୁଆଟି ଜନ୍ମହେବା ପରେ ତା ଶରୀରରେ ବୀର୍ଜ ସଂରଚନା କ୍ଷମତା ଅଧା କମିଯାଏ। ଯଦି ମହିଳା ସିଗାରେଟ୍ ସେବନ କରୁଥାନ୍ତି ଶିଶୁ ଉପରେ ଏହାର ପ୍ରଭାବ ଆହୁରୀ ଅଧିକ ବଢିଯାଏ।
ସିଗାରେଟ୍ ସେବନର କୁପ୍ରଭାବ ଉପରେ ସ୍ୱିଡେନ୍ସ୍ଥିତ ଲଣ୍ଡନ୍ ବିଶ୍ୱବିଦ୍ୟାଳୟ ଏକ ଗବେଷଣା ଆରମ୍ଭ କରିଥିଲା। ୧୭ରୁ ୨୦ ବର୍ଷ ମଧ୍ୟରେ ଯୁବକଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା। ପୂର୍ବରୁ ହୋଇଥିବା ଗବେଷଣାରେ ଜଣେ ମହିଳା ଧୂମପାନ କରୁଥିଲେ ତାଙ୍କ ଗର୍ଭସ୍ଥ ସନ୍ତାନ ଉପରେ କି ପ୍ରକାର କୁପ୍ରଭାବ ପଡେ ସେ ନେଇ ଜଣାପଡିଥିଲା। କିନ୍ତୁ ଏଥର ଗେବେଷଣା ସନ୍ଧର୍ଭରେ ପିତାଙ୍କ ଧୂମପାନ ପ୍ରଭାବ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଇଥିଲା।
ଏହି ଗବେଷଣାର ନିର୍ଯ୍ୟାସ୍ ସ୍ୱରୂପ ଜଣାପଡିଛି ଯେ, ଯେଉଁ ଯୁବକମାନଙ୍କ ପିତା ଧୂମପାନ କରୁଥିଲେ ସେହି ପିଲାମାନଙ୍କ ବୀର୍ଜ ସଂରଚନା କ୍ଷମତା ଅନ୍ୟ ଯୁବକମାନଙ୍କ ତୁଳନାରେ ୫୦ ପ୍ରତିଶତ ହ୍ରାସ ହୋଇଛି। ଯାହାକି ପରବର୍ତ୍ତି ସମୟରେ ସେମାନଙ୍କୁ ନପୁଂସକତାର ଜାଲରେ ଛନ୍ଦି ଦେଇପାରେ।
ୟୁନିର୍ଭସିଟିର ଗବେଷକ ଜୋନାଥନ୍ ଏଗ୍ଜଲ୍ସନ୍ କହିଛନ୍ତି, ବୀର୍ଜ ସଂରଚନା ହେବା ଓ ନ ହେବା ଲାଗି ପରିବେଶ ଓ ପାରିପାର୍ଶ୍ୱିକ ସ୍ଥିତି ସବୁବେଳେ ଦାୟି। ଏଣୁ ଧୂମପାନ ହେଉଥିବା ପରିବେଶକୁ ନେଇ ଗର୍ଭରେ ଥିବା ଭୃଣ ପ୍ରଭାବିତ ହୋଇଥାଏ। ଧୂମ ସେବନ ନୁହେଁ ଟାଣ ଖରା, ପରିବର୍ତ୍ତିତ ଜୀବନ ଶୈଳୀ, ଖାଦ୍ୟପେୟ, ଅତ୍ୟଧିକ ମାନସିକ ଅବସାଦ ମଧ୍ୟ ଦେହରେ ବୀର୍ଜ ସଂରଚନାକୁ ପ୍ରଭାବିତ କରିଥାଏ।
from Odisha Reporter https://ift.tt/2TLMcdM
No comments:
Post a Comment