
ନୂଆଦିଲ୍ଲୀ: କିଛି ଦିନ ହେବ ଦେଶର ବିଭିନ୍ନ ସହର ଓ ସ୍ଥାନର ନାଁ ପରିବର୍ତ୍ତନ ହେବାର ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇଛି ଗୁଜରାଟର ପ୍ରମୁଖ ସହର ଅହମଦାବାଦ। ଏହାର ନାଁ ବି ବଦଳିବ ବୋଲି ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱାଧୀନ ସରକାର ଅହମଦାବାଦ ସହର ନାମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ଯଦି ଏହା ହୁଏ, ତା’ହେଲେ ଅହମଦାବାଦ ସହର ନାମ କର୍ଣ୍ଣାବତୀ ରଖାଯିବ। କୁହାଯାଉଛି, କର୍ଣ୍ଣାବତୀ ହେଉଛି ଅହମଦବାଦର ପ୍ରାଚୀନ ନାମ।
ଗୁଜରାଟର ଉପମୁଖମନ୍ତ୍ରୀ ନିତିନଭାଇ ପଟେଲ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସରକାର ଅହମଦାବାଦର ନାଁ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଆଇନଗତ କଟକଣା ଏଡ଼ାଇ ପାରିଲେ ଓ ଲୋକଙ୍କ ଆବଶ୍ୟକ ସମର୍ଥନ ପାଇଲେ, ଏହା ସମ୍ଭବ ହେବ।
ସେ ଆହୁରି କହିଛନ୍ତି,“ଅନେକ ଦିନ ହେବ ଲୋକେ ଅହମଦାବାଦର ନା ପରିବର୍ତ୍ତନ କରିବାକୁ ଦାବି କରି ଆସୁଛନ୍ତି। ଅହମଦବାଦ ବଦଳରେ ସହରର ନାଁ କର୍ଣ୍ଣାବତୀ ରଖିବାକୁ କହୁଛନ୍ତି। ଅହମଦାବାଦର ଲୋକେ କର୍ଣ୍ଣାବତୀ ନାଁକୁ ପସନ୍ଦ କରୁଛନ୍ତି। ଠିକ୍ ସମୟ ଆସିଲେ, ନାଁ ପରିବର୍ତ୍ତନ କରାଯିବ।”
ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ। ଏହା ପୂର୍ବରୁ ଯୋଗୀ ସରକାର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଥିଲେ।
from Odisha Reporter https://ift.tt/2AUEsi9
No comments:
Post a Comment