ୟୁପି ସହ ରଣଜୀ ମୁକାବିଲା: ଓଡ଼ିଶା ୨୫୬ରେ ଅଲଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ୟୁପି ସହ ରଣଜୀ ମୁକାବିଲା: ଓଡ଼ିଶା ୨୫୬ରେ ଅଲଆଉଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ-‘ସି’ର ଏକ ମ୍ୟାଚ୍‌ରେ ଆଜି ସ୍ଥାନୀୟ କିଟ୍‌ ପଡ଼ିଆରେ ଓଡ଼ିଶା ଓ ଉତ୍ତର ପ୍ରଦେଶ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ କିନ୍ତୁ ଘରୋଇ ଓଡ଼ିଶା ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୫୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଏହାର ଜବାବରେ ଭ୍ରମଣକାରୀ ଉତ୍ତର ପ୍ରଦେଶ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ୍‌ ହରାଇ ୪୨ ରନ୍‌ କରିଛି।

ଉତ୍ତର ପ୍ରଦେଶର ଅଧିନାୟକ ଅକ୍ଷଦୀପ ନାଥ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଦଳର ଦୁଇ ବୋଲର ଅଙ୍କିତ ରାଜପୁତ ଓ ୟଶ ଦୟାଲ ଯଥାର୍ଥ ବୋଲି ପ୍ରତିପାଦନ କରିଥିଲେ। ମ୍ୟାଚ୍‌ର ପ୍ରଥମ ଓଭର୍‌ର ତୃତୀୟ ବଲ୍‌ରେ ସନ୍ଦୀପ ପଟ୍ଟନାୟକ(୦)ଙ୍କୁ ଅଙ୍କିତ କ୍ଲିନ୍‌ବୋଲ୍ଡ କରି ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ୫ମ ଓଭର୍‌ରେ ଅଙ୍କିତ ଅନ୍ୟତମ ଓପନର୍‌ ଅନୁରାଗ ଷଡ଼ଙ୍ଗୀ(୬)ଙ୍କୁ ମଧ୍ୟ ଆଉଟ୍‌ କରି ଓଡ଼ିଶାକୁ ଡବଲ୍‌ ଝଟ୍‌କା ଦେଇତିଲେ।

ତେବେ ତୃତୀୟ ୱିକେଟ୍‌ ପାଇଁ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି କିଛି ସମୟ ଦଳୀୟ ସ୍ଥିତିକୁ ସୁଧାରି ଥିଲେ। ତେବେ ୪୨ ବଲ୍‌ରେ ୯ ଚୌକା ସହ ୩୯ ରନ୍‌ କରିଥିବା ପୋଦ୍ଦାରଙ୍କୁ ଆଉଟ୍‌ କରି ୟଶ ଦୟାଲ ଓଡ଼ିଶାକୁ ପୁଣି ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିପ୍ଲବ ସାମନ୍ତରାୟଙ୍କୁ ପ୍ରତିପକ୍ଷ ଦଳର ଅଧିନାୟକ ଅକ୍ଷଦୀପ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ। ସେ ମାତ୍ର ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶାନ୍ତୁନ ମିଶ୍ର ଖାତା ଖୋଲିବାରେ ଅକ୍ଷମ ହୋଇଥିଲେ। ତାଙ୍କୁ ମଧ୍ୟ ଅକ୍ଷଦୀପ ଆଉଟ୍‌ କରିଥିଲେ। ଗୋଟିଏ ପଟେ ୱିକେଟ୍‌ ପଡ଼ି ଚାଲିଥିବା ବେଳେ ଅନ୍ୟପଟେ ଶୁଭ୍ରାଂଶୁ ଖୁଣ୍ଟ ଭଳି ଉତ୍ତର ପ୍ରଦେଶର ବୋଲରଙ୍କୁ ମୁକାବିଲା କରିଥିଲେ। ତାଙ୍କୁ ସୁଜିତ ଲେଙ୍କା ଭରପୂର ସହଯୋଗ କରିଥିଲେ। ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ୬୭ ରନ୍‌ର ଭାଗୀଦାରି କରିଥିଲେ। ଶୁଭ୍ରାଂଶୁ ୮୭ ରନ୍‌ କରିଥିବା ବେଳେ ଅଙ୍କିତ ରାଜପୁତ ତାଙ୍କୁ ସୁରେଶ ରାଇନାଙ୍କ ହାତରେ କ୍ୟାଚ୍‌ କରାଇ ନିଜର ତୃତୀୟ ୱିକେଟ୍‌ ଦଖଲ କରିଥିଲେ।

ସୁଜିତ ପ୍ରଥମେ ଦେବବ୍ରତ ପ୍ରଧାନ ଓ ପରେ ରାଜେଶ ମହାନ୍ତିଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଦେବବ୍ରତ(୨୪)ଙ୍କୁ ୟଶ ଦୟାଲ ଆଉଟ୍‌ କରିଥିବା ବେଳେ ସୁଜିତ(୪୬)ଙ୍କୁ ସୌରଭ କୁମାର ଆଉଟ୍‌ କରି ଓଡ଼ିଶାର ବଡ଼ ସ୍କୋର ଲକ୍ଷ୍ୟ ଉପରେ ଅଙ୍କୁଶ ଲଗାଇଥିଲେ। ରାଜେଶ ମହାନ୍ତି କିଛି ସମୟ ପାଇଁ ବଡ଼ ଶଟ୍‌ ଖେଳିବାରୁ ଦଳୀୟ ସ୍କୋର ୨୫୦ ଅତିକ୍ରମ କରିଥିଲା। ସେ ୧୫ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୩ ରନ୍‌ କରିଥିବା ବେଳେ ୟଶ ଦୟାଲଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଶେଷରେ ପପୁ ରାୟଙ୍କୁ ବୋଲ୍ଡ କରି ସୌରଭ କୁମାର ଓଡ଼ିଶା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ୟୁପି ପକ୍ଷରୁ ଅଙ୍କିତ ଓ ୟଶ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଅକ୍ଷଦୀପ ଏବଂ ସୌରଭ କୁମାର ୨ଟି ଲେଖାଏ ୱିକେଟ୍‌ ପାଇଛନ୍ତି।

ଏହାର ଜବାବରେ ୟୁପି ମଧ୍ୟ ପ୍ରାରମ୍ଭିକ ଝଟକାର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧ ଥିବା ବେଳେ ବସନ୍ତ ମହାନ୍ତି ଓପନର୍‌ ଉପେନ୍ଦ୍ର ଯାଦବ(୧)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ। ତେବେ ଅନ୍ୟତମ ଓପନର୍‌ ମାଧବ କୌଶିକ ଓ ମହମ୍ମଦ ସୈଫ୍‌ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। କୌଶିକ ୧୬ ରନ୍‌ କରିଥିବା ବେଳେ ସୈଫ୍‌ ୨୪ ରନ୍‌ କରି ଅପରାଜିତ ରହିଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୬ ଓଭର୍‌ରେ ୧୫ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2DiEd1Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages