୭ ହାତୀ ମୃତ୍ୟୁ ଘଟଣାରେ ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

୭ ହାତୀ ମୃତ୍ୟୁ ଘଟଣାରେ ୩ ଗିରଫ

89

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସଦର ରେଞ୍ଜରେ ୭ଟି ହାତୀ ମୃତ୍ୟୁ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍ ଟିମ୍‌ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ। ବନ ବିଭାଗ ପ୍ରଭାକର ରଣା ଓ ଗିରିଶ ଦେହୁରୀଙ୍କୁ ସସ୍‌ପେଣ୍ଡ୍ କରିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗାଁ ପାଖରେ ୧୧ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପ୍ରଭାକର ଓ ଗିରିଶଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କୁ ବହିଷ୍କାର କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଛି।



from Odisha Reporter https://ift.tt/2RwYjcq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages