ସମାବେଶ ପୂର୍ବରୁ ଚାଷୀଙ୍କୁ ଉଠାଇ ନେବାକୁ ନିନ୍ଦା କଲେ ବିରୋଧୀ: କିଏ କ’ଣ କହିଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ସମାବେଶ ପୂର୍ବରୁ ଚାଷୀଙ୍କୁ ଉଠାଇ ନେବାକୁ ନିନ୍ଦା କଲେ ବିରୋଧୀ: କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀମାନେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରିଆସୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିବା ସଙ୍ଗେସଙ୍ଗେ ବାରମ୍ୱାର ପ୍ରତାରିତ କରି ଆସୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଏକତ୍ର ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବା ପାଇଁ ଭୁବନେଶ୍ୱର ଆସିଥିଲେ। ମାତ୍ର ଅଧା ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ବଳପୂର୍ବକ ଆସି ବା ପାଇଁ ଚେଷ୍ଟା କଲା ବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଅତି ନିର୍ଦ୍ଦୟ ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଘୋଷାରି ଘୋଷାରି ନେଇଥିଲା। ଏପରିକି ମହିଳା ଆନ୍ଦୋଳନକାରୀଙ୍କୁ ପୁରୁଷ ପୁଲିସ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି।

ରାଜଧାନୀରେ ସମାବେଶ ପୂର୍ବରୁ ଚାଷୀଙ୍କୁ ପୁଲିସ ବଳପୂର୍ବକ ଅଟକାଇବା ଓ ଚାଷୀଙ୍କ ଦାବି ପୂରଣ ପାଇଁ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡାଉଛନ୍ତି ଓ ନାଟକବାଜି କରୁଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିରୋଧୀଦଳ ନେତା କହିଛନ୍ତି, ଚାଷୀଙ୍କ ଉପରେ ବଳପ୍ରୟୋଗ ଅଗଣତାନ୍ତ୍ରିକ।

ସେପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଚାଷୀଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ମହିଳା ଚାଷୀଙ୍କୁ ପୁରୁଷ ପୁଲିସ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ଓ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିବା ନିନ୍ଦନୀୟ ବୋଲି ଦର୍ଶାଇଛନ୍ତି ବୈଜୟନ୍ତ। ତା’ସହ ବିକ୍ଷୋଭ ସମୟରେ ଶାସକ ଦଳର କର୍ମୀମାନେ ବାରମ୍ବାର ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ ବି ଚାଷୀଙ୍କୁ ରାଜଧାନୀରେ ଶାନ୍ତିପୂର୍ଣ୍ଣ ରାଲି କରିବାକୁ ରାଜ୍ୟ ସରକାର କାହିଁକି ଅନୁମତି ଦେଲେ ନାହିଁ ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରିବାରୁ ଚାଷୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ତାହାହେଲେ ଇଏ କି କଣତନ୍ତ୍ର? ଇଏ ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଆଇନ୍‌ ବିରୋଧୀ। ଏଥିରୁ ପ୍ରମାଣିତ ହେଉଛି ଇଏ ଚାଷୀ ବିରୋଧୀ ସରକାର।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଷୀମାନେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଛନ୍ତି। ସେହି ଆନ୍ଦୋଳନର କଣ୍ଠରୋଧ କରିବା ପାଇଁ ଯେଉଁ ଅପଚେଷ୍ଟା ଚାଲିଛି, ତାହା ଠିକ୍‌ ନୁହେଁ।”

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“୬୦ ବର୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ରାଜ୍ୟ ସରକାର ମାସିକ ୩୦୦ ଟଙ୍କା ଲେଖାଏ ପେନ୍‌ସନ୍‌ ଦେଉଛନ୍ତି। ଯଦି ସେମାନେ ଅଧିକ ଦାବି କରୁଛନ୍ତି, ତାହାହେଲେ କମିଟି ନିଷ୍ପତ୍ତି ନେବ।”



from Odisha Reporter https://ift.tt/2PER4BT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages