
ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁରର ମମଦୋଟ ଥାନା ଅଞ୍ଚଳରେ ବିଏସ୍ଏଫ୍ର ୨୯ ବାଟାଲିୟନ୍ରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ବିଭିନ୍ନ ତଥ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ନାଁ ଶେଖ୍ ରିୟାଜଉଦ୍ଦୀନ।
ତାଙ୍କ ନାଁରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ଓ ନ୍ୟାସ୍ନାଲ୍ ସିକ୍ୟୁରିଟି ଆକ୍ଟ ୧୯୮୦ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଶେଖ୍ ରିୟାଜଉଦ୍ଦୀନଙ୍କ ଘର ମହାରାଷ୍ଟ୍ରର ଲାତୁରରେ।
ବିଏସ୍ଏଫ୍ର ଡେପୁଟି କମାଣ୍ଡାଣ୍ଟଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ୍ ଶେଖ୍ଙ୍କୁ ଗିରଫ କରିଛି। ପୁଲିସ୍ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ୭ଟି ସିମ୍ ଜବତ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୀମାରେ ଲାଗିଥିବା ତାରବାଡ଼ ଓ ରାସ୍ତାଗୁଡ଼ିକ ଭିଡିଓ ଉତ୍ତୋଳନ କରି ଶେଖ୍ ଆଇଏସ୍ଆଇକୁ ଦେଉଥିଲେ। ତା’ସହିତ ବରିଷ୍ଠ ସେନା ଅଧିକାରୀଙ୍କ ମୋବାଇଲ୍ ନମ୍ବର ବି ଦେଉଥିଲେ। ଫେସ୍ବୁକ୍ ମେସେଞ୍ଜର ଓ ମୋବାଇଲ୍ ଜରିଆରେ ସେ ଏହି ସବୁ ତଥ୍ୟ ଦେଉଥିଲେ।
from Odisha Reporter https://ift.tt/2qtFImk
No comments:
Post a Comment