ରୋମାଞ୍ଚକ ମୋଡ଼ରେ ଓଡ଼ିଶା-ତ୍ରିପୁରା ରଣଜୀ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ରୋମାଞ୍ଚକ ମୋଡ଼ରେ ଓଡ଼ିଶା-ତ୍ରିପୁରା ରଣଜୀ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ତ୍ରିପୁରା ରଣଜୀ ମ୍ୟାଚ୍‌ ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଓଡ଼ିଶାକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୦୪ ରନ୍‌ ଦରକାର ଥିବା ବେଳେ ତ୍ରିପୁରା ବିଜୟଠାରୁ ୫ଟି ୱିକେଟ୍‌ ଦୂରରେ ରହିଛି।

ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୫ ୱିକେଟ୍‌ ହରାଇ ୧୧୧ ରନ୍‌ କରିଛି। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ୪୩ ଓ ଅଭିଷେକ ରାଉତ ୨୦ ରନ୍‌ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ମ୍ୟାଚ୍‌ର ଅନ୍ତିମ ଦିନ ଥିବା ବେଳେ କିଏ ଜିତିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଶୁକ୍ରବାର ତ୍ରିପୁରା ଗତକାଲିର ୫ ୱିକେଟ୍‌ ହରାଇ ୧୩୦ରୁ ଆଜିରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ପ୍ରତ୍ୟୁଷ ସିଂହ ଓ ରାଣା ଦତ୍ତା ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ ରାଜେଶ ମହାନ୍ତି ପ୍ରତ୍ୟୁଷ(୩୨)ଙ୍କୁ ଆଉଟ୍‌ କରି ଦିବସର ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ରାଣା ଦତ୍ତା(୨୯)ଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍‌ କରିଥିଲେ। କିନ୍ତୁ ଟେଲେଣ୍ଡର ମଣିଶଙ୍କର ମୁରାସିଂହ ଓ ହରମିତ୍‌ ସିଂହ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ୮ମ ୱିକେଟ୍‌ ପାଇଁ ୮୪ ରନ୍‌ ଭାଗୀଦାରି କରି ଓଡ଼ିଶା କ୍ୟାମ୍ପରେ ନୈରାଶ୍ୟ ଖେଳାଇ ଦେଇଥିଲେ।

ଦଳୀୟ ସ୍କୋର ୨୬୧ ଥିବା ବେଳେ ବସନ୍ତ ମହାନ୍ତିଙ୍କ ବଲ୍‌କୁ ବୁଝି ନପାରି ହରମିତ(୪୨) ଆଉଟ୍‌ ହୋଇଯାଇଥିଲେ। ସେହିପରି ୭୫ ରନ୍‌ କରିଥିବା ମରାସିଂହଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରି ମ୍ୟାଚ୍‌ରେ ଓଡ଼ିଶାକୁ କମ୍‌ବ୍ୟାକ୍‌ କରାଇଥିଲେ।

ଟେଲଣ୍ଡର ଅଜୟ ସରକାରଙ୍କୁ ମଧ୍ୟ ବସନ୍ତ ମହାନ୍ତି ଆଉଟ୍‌ କରି ତ୍ରିପୁରା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ତେବେ ଅଲଆଉଟ୍‌ ହେବା ପୂର୍ବରୁ ତ୍ରିପୁରା ତା’ର ଦ୍ୱିତୀୟ ଇନିଂସ୍‌ରେ ୩୦୪ ରନ୍‌ କରିଥିଲା। ଫଳରେ ଓଡ଼ିଶାକୁ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଓଡ଼ିଶା ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୪ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବପ୍ରତ ପ୍ରଧାନ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।
୨୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଅନୁରାଗ ଷଡ଼ଙ୍ଗୀ ଓ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ସଅଳ ପ୍ୟାଭିଲିୟନ ଫେରି ଯାଇଥିଲେ। ତେବେ ଅନ୍ୟତମ ଓପନର୍‌ ରାଜେଶ ଧୂପର ଓ ଶୁଭ୍ରାଂଶୁ ସେନାପତି ତୃତୀୟ ୱିକେଟ୍‌ ପାଇଁ ୫୧ ରନ୍‌ର ଭାଗୀଦାରି କରି ସ୍ଥିତି ସମ୍ଭାଳିଥିଲେ।

କିନ୍ତୁ ୩୭ ରନ୍‌ କରିଥିବା ରାଜେଶଙ୍କୁ ଅଜୟ ସରକାର ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିପ୍ଳବ ସାମନ୍ତରାୟ ମାତ୍ର ୩ ରନ୍‌ କରବାକୁ ସକ୍ଷମ ହୋଇଥିଲେ। ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ଖାତ ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ।

୭୯ ରନ୍‌ରେ ୫ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଓଡ଼ିଶାକୁ ଶୁଭ୍ରାଂଶୁ ଏବଂ ଅଭିଷେକ ଯୋଡ଼ି ସମ୍ଭାଳିଥିଲେ। ଉଭୟ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ।

ତ୍ରିପୁରା ପକ୍ଷରୁ ମଣିଶଙ୍କର ମୁରାସିଂହ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଅଜୟ ସରକାର ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2PbKy1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages