୧୭ ଜିଲ୍ଲାକୁ ମିଳିବ ପାଇପ ଯୋଗେ ରନ୍ଧନ ଗ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

୧୭ ଜିଲ୍ଲାକୁ ମିଳିବ ପାଇପ ଯୋଗେ ରନ୍ଧନ ଗ୍ୟାସ

ଭୁବନେଶ୍ୱର( ଓଡିଶା ରିପୋର୍ଟର): ଦେଶର ୬୩ଟି ଭୌଗଳିକ ଅଞ୍ଚଳରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଫଳରେ ଦେଶର ଲକ୍ଷ ଲକ୍ଷ ପରିବାରକୁ ରନ୍ଧନ ଗ୍ୟାସ ପାଇପ ଯୋଗେ ଯୋଗାଇ ଦିଆଯାଇ ପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୨ରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।

ଦେଶର ସମୁଦାୟ ୬୩ଟି ଭୌଗଳିକ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ୭ଟି ଅଞ୍ଚଳ ରହିଛି। ଏହି ୭ଟି ଅଞ୍ଚଳ ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲା ସ୍ଥାନ ପାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା,
ସୁନ୍ଦରଗଡ଼, ଝାରସୁଗୁଡ଼ା,ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ,ନୟାଗଡ଼, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା।
ଭାରତ ଗ୍ୟା ରିସୋର୍ସ ଲିମିଟେଡ, ଆଦାନି ଗ୍ୟାସ ଲିମିଟେଡ୍ ଏବଂ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍) ଏହି ପ୍ରକଳ୍ପ କାର୍ଯ୍ୟ ମିଳିତ ଭାବେ ହାତକୁ ନେଇଛନ୍ତି।

ଏଥିପାଇଁ ରାଜ୍ୟରେ ହାରାହାରି ୩୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଆସନ୍ତା ୮ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରାଯିବ।
ସୋମବାର ଭୁବନେଶ୍ୱରରେ ଗେଲ୍ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
ଏହି ପ୍ରକଳ୍ପ ଦ୍ୱାରା ୧୭ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ମିଳିବା ସହିତ ଉକ୍ତ କମ୍ପାନୀଗୁଡ଼ିକ ଯାନ ଇନ୍ଧନ ପାଇଁ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି ) ଫୁଏଲ୍ ଷ୍ଟେଶନ ମଧ୍ୟ ସ୍ଥାପନ କରିବେ।



from Odisha Reporter https://ift.tt/2DvMbov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages