ବିଧାନସଭା ଅଧିବେଶନ ସେପ୍ଟେମ୍ବର ୧୬ରେ ନା ନଭେମ୍ବର ୧୬ରେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ବିଧାନସଭା ଅଧିବେଶନ ସେପ୍ଟେମ୍ବର ୧୬ରେ ନା ନଭେମ୍ବର ୧୬ରେ?

Odisha-Assembly

ଭୁବନେଶ୍ୱର(ପ୍ରକାଶ ସେଠୀ): ପଞ୍ଚଦଶ ଓଡ଼ିଶା ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଆରମ୍ଭକୁ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ବିଧାନସଭା ଅଧିବେଶନକୁ ନେଇ ସାଧାରଣ ଲୋକଙ୍କୁ କିଏ ଭ୍ରମରେ ପକାଇଛି ବୋଲି ଏବେ ପ୍ରଶ୍ନ ଉଠିଛି। ଯଦିଓ ରାଜଭବନ ପକ୍ଷରୁ ଏହା ସରକାରଙ୍କ ଦ୍ୱାରା ହୋଇଥିବା ତ୍ରୁଟି ବୋଲି ସ୍ପଷ୍ଟୀକରଣ ଦିଆଯାଇଛି।

ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଜାରି ‘ସମନ’ରେ ଚତୁର୍ଦ୍ଦଶ ଅଧିବେଶନ ନଭେମ୍ବର ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ଆରମ୍ଭ ପାଇଁ ରାଜ୍ୟପାଳ ସମନ କରିଛନ୍ତି ବୋଲି ଉଲ୍ଲେଖ ଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ଅଧିବେଶନ ସେପ୍ଟେମ୍ବର ୧୬ତାରିଖରେ ଆରମ୍ଭ ହେବା କଥା ଲେଖାଯାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହା ଜାରି ହେଉଛି ବୋଲି ଦର୍ଶାଇ ସଂସଦୀୟ ବ୍ୟାପାର ବିଭାଗର ସଚିବ ଏହି ବିଜ୍ଞପ୍ତି ଉପରେ ନଭେମ୍ବର ୨ତାରିଖରେ ଦସ୍ତଖତ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଚତୁର୍ଦ୍ଦଶ ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିଧାନସଭା ସଚିବାଳୟ ପାଇଁ ଗୋଟିଏ ଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ନିମନ୍ତେ ଭିନ୍ନ ହେଲା କିଭଳି?
ପ୍ରଚଳିତ ସରକାରୀ ବ୍ୟବସ୍ଥାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ପ୍ରଥମେ ବିଧାନସଭା ପକ୍ଷରୁ ସଂସଦୀୟ ବ୍ୟାପାର ବିଭାଗଠାରୁ ସମୟ ଲୋଡ଼ାଯାଇଥାଏ। ଯାହାକୁ ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯାଏ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମତି ପରେ ଏହା ରାଜ୍ୟପାଳଙ୍କ ଅନୁମୋଦନ ପାଇ ପଠାଯାଏ ଓ ତଦନୁସାରେ ବିଧାନସଭା ଅଧିବେଶନ ଆରମ୍ଭ ନିମନ୍ତେ ସଂସଦୀୟ ବ୍ୟାପାର ବିଭାଗ ବିଜ୍ଞପ୍ତି ଜାରି କରେ ଓ ବିଧାନସଭା ସଚିବାଳୟ ମଧ୍ୟ ‘ସମନ’ ଘୋଷଣା କରେ।

ଯଦି ସରକାରୀ ବ୍ୟବସ୍ଥାରେ ଗୋଟିଏ ଫାଇଲ ଏତେ ସ୍ତର ଦେଇ ଯାଉଛି, ତାହା କିଭଳି ଦୋଷଯୁକ୍ତ ବୋଲି କୁହାଯିବ? ଏଥିପାଇଁ କିଏ ଦାୟୀ? ଏଭଳି ତ୍ରୁଟି ପାଇଁ କ’ଣ ସରକାରଙ୍କ ତଳଠୁ ଉପର ପର୍ଯ୍ୟନ୍ତ କୌଣସି ଜଣେ ବି ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବନି? ଗୋଟିଏ ଫାଇଲ ଉପରେ ସମ୍ମତି ଜଣାଇବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଏହି ତ୍ରୁଟିକୁ ସଂଶୋଧନ କଲାନି । ଅତ୍ୟନ୍ତପକ୍ଷେ ସରକାରୀ ବିଜ୍ଞପ୍ତି ଜାରି ପୂର୍ବରୁ ଏହାକୁ ଯାଞ୍ଚ କରିବା କ’ଣ ବିଭାଗୀୟ ସଚିବଙ୍କ ଦାୟିତ୍ୱ ନୁହେଁ ?

କେବଳ ଅଣଓଡ଼ିଆ ଅଫିସରମାନଙ୍କୁ ଦାୟିତ୍ୱରେ ରଖି ରାଜ୍ୟ ସରକାର ନିଜର ଅପାରଗତାକୁ ପଦାରେ ପକାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା।



from Odisha Reporter https://ift.tt/2RvCvxT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages