୯ ୱିକେଟ୍‌ରେ ଜିତିଲା ଓଡ଼ିଶା, ରାଜେଶଙ୍କୁ ୧୧ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

୯ ୱିକେଟ୍‌ରେ ଜିତିଲା ଓଡ଼ିଶା, ରାଜେଶଙ୍କୁ ୧୧ ୱିକେଟ୍‌

ଗୌହାଟୀ: ଆସାମ ବିପକ୍ଷ ରଣଜୀରେ ଓଡ଼ିଶା ୯ ୱିକେଟ୍‌ର ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ରାଜେଶ ମହାନ୍ତିଙ୍କ ବୋଲିଂର ଚମତ୍କାରିତା ଦେଖିବାକୁ ମିଳିଥିଲା। ଫଳରେ ଆସାମ ଦ୍ୱିତୀୟ ଇନିଂସ୍‌ରେ ୧୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୧୪ ରନ୍‌ର ଏହି ଟାର୍ଗେଟ୍‌କୁ ବିନା କୌଣସି କ୍ଷତିରେ ହାସଲ କରିବାପାଇଁ ପ୍ରୟାସ କରିଥିଲେ ମଧ୍ୟ ଅନୁରାଗ ଷଡ଼ଙ୍ଗୀ ୫ ରନ୍‌ କରି ବିଦାୟ ନେବାରୁ ଏହା ସମ୍ଭବ ହୋଇପାରିନଥିଲା। ଏହି ଛୋଟିଆ ଟାର୍ଗେଟ୍‌ ହାସଲ ପାଇଁ ଓଡ଼ିଶା ୩.୩ ଓଭର ଖେଳିଥିଲା।

ଓଡ଼ିଶାଠାରୁ ପ୍ରଥମ ଇନିଂସ୍‌ରେ ୧୧୯ ପଛରେ ଥିବା ଆସାମ ତା’ର ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ଦିନରେ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୬୦ ରନ୍‌ କରିପାରିଥିଲା। ଏହାପରେ ତୃତୀୟ ଦିନର ଖେଳ ଆରମ୍ଭ ହେବା ପରେ ଦଳୀୟ ସ୍କୋର ୮୬ ହୋଇଥିବା ସମୟରେ ବସନ୍ତ ମହାନ୍ତିଙ୍କ ବଲ୍‌ରେ ବିପ୍ଲବ ସାମନ୍ତରାୟଙ୍କ ହାତରେ ଧରା ପଡ଼ିଥିଲେ ରୋମାରିଓ ଶର୍ମା। ସେହିଭଳି ଅରୁପ ଦାସ ବ୍ୟକ୍ତିଗତ ସ୍କୋର ୧୧ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ।

ଆଉ ଶେଷ ଦୁଇ ୱିକେଟ୍‌ ହାତେଇ ନେଇଥିଲେ ଏହି ମ୍ୟାଚ୍‌ର ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ରାଜେଶ ମହାନ୍ତି। ସେ ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ନେଇଥିବାବେଳେ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ସମାନଭାବେ ଚମତ୍କାରିତା ଦେଖାଇ ୬ଟି ୱିକେଟ୍‌ ହାସଲ କରିପାରିଛନ୍ତି। ୧୧ ୱିକେଟ୍‌ ସହିତ ଏହି ମ୍ୟାଚ୍‌ରେ ସେ ବ୍ୟକ୍ତିଗତଭାବରେ ମଧ୍ୟ ରେକର୍ଡ କରିଛନ୍ତି। ଗୋଟିଏ ମ୍ୟାଚ୍‌ରେ ୧୦ରୁ ଅଧିକ ୱିକେଟ୍‌ ନେବାରେ ସେ ୧୭ତମ ଓଡ଼ିଆ ବୋଲର ହୋଇପାରିଛନ୍ତି।

ଓଡ଼ିଶା ଏହାର ପ୍ରଥମ ଇନିଂସ୍‌ରେ ଦଳ ପକ୍ଷରୁ ଓପନର୍‌ ଅନୁରାଗ ଷଡ଼ଙ୍ଗୀ ଏବଂ ଅଧିନାୟକ ବିପ୍ଳବ ସାମନ୍ତରାୟ ଦମଦାର ଇନିଂସ୍‌ ଖେଳିଥିଲେ। ଅନୁରାଗ ୭୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବିପ୍ଳବ ୬୨ ରନ୍‌ର ଇନିଂସ୍‌ ଖେଳି ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଜିତ ଲେଙ୍କା ୨୮ ଓ ବସନ୍ତ ମହାନ୍ତି ୧୦ ରନ୍‌ କରିଥିଲେ।

କିନ୍ତୁ ବୋଲିଂରେ କମାଲ କରିଥିବା ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଧୀରଜ ସିଂହ ଖାତା ଖୋଲି ପାରି ନଥିଲେ। ଫଳରେ ଦଳ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆସାମ ପକ୍ଷରୁ ରଣଜିତ ମାଳି ସର୍ବାଧିକ ୬ଟି ୱିକେଟ୍‌ ନେଇଥିବା ବେଳେ ମୁକ୍ତାର ହୁସେନ ୩ଟି ଓ ଅରୁପ ଦାସ ଗୋଟିଏ ୱିକେଟ୍‌ ପାଇଥିଲେ।



from Odisha Reporter https://ift.tt/2PJZSqZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages