ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରାନଯାଉ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରାନଯାଉ: ବୈଜୟନ୍ତ

baa88

ଓଡ଼ିଶା ରିପୋର୍ଟର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରା ନ ଯାଉ ବୋଲି ଅପିଲ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କାମଧନ୍ଦା ଆଶାରେ ବାହାର ଦେଶକୁ ଯାଇ ଭାରତୀୟଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ଟ୍ୱିଟର ଯୋଗେ କ୍ଷୋଭ ପ୍ରକାଶ ଅବସରରେ ସେ ଏଭଳି ଅପିଲ୍ କରିଛନ୍ତି।

ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରୁ ପ୍ରାୟ ୪୦ ଲକ୍ଷ ଲୋକ ଦେଶ ବାହାରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ନିର୍ଯାତିତ ଶତାଧିକ ଯୁବକଙ୍କୁ ମୁଁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରିଛି। ଅନେକ ଯୁବକ ଶବ ହୋଇ କଫିନରେ ଘରକୁ ଫେରିଛନ୍ତି।

ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାରେ କିପରି ଚାକିରି ମିଳିବ, ତାହା ତାଙ୍କ ସ୍ୱପ୍ନ ବୋଲି ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି।

bggtttr788

ଅନ୍ୟପକ୍ଷରେ ରାଜ୍ୟ ସରକାର ଆୟୋଜନ କରିବାକୁ ଯାଉଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପ୍ରସଙ୍ଗରେ ବୈଜୟନ୍ତଙ୍କ ଅଫିସ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ରାଜ୍ୟ ସରକାର ଶିଳ୍ପ କାରଖାନା ପ୍ରତି ପ୍ରତିଶୋଧପରାୟଣ ହେଉଛନ୍ତି। ହୀନ ରାଜନୈତିକ ଲକ୍ଷ୍ୟ ସିଦ୍ଧି ପାଇଁ ପ୍ରତିଶୋଧପରାୟଣ ହେଉଛନ୍ତି। ଆମେ ବାହାର କମ୍ପାନୀ ଆସିବା କଥା ଆଶା କରିବା ଉଚିତ ନୁହେଁ। ଆପଣ ପୁଞ୍ଜି ନିବେଶପ୍ରେମୀ ବୋଲି କାଗଜପତ୍ରରେ ଦେଖାଇଲେ ଚଳିବ ନାହିଁ, ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ।

tyyyopp



from Odisha Reporter https://ift.tt/2AUgh3m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages