ଆର୍ୟଲ୍ୟାଣ୍ଡ ଆକାଶରେ ଉଡ଼ନ୍ତା ଥାଳିଆ, ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଆର୍ୟଲ୍ୟାଣ୍ଡ ଆକାଶରେ ଉଡ଼ନ୍ତା ଥାଳିଆ, ତଦନ୍ତ ଆରମ୍ଭ

ଡବଲିନ୍‌: ଗତ ଶୁକ୍ରବାର ସନ୍ଧ୍ୟା ୬.୪୭ବେଳେ ଆର୍ୟଲ୍ୟାଣ୍ଡ ଆକାଶରେ ଉଜ୍ଜଳ ଆଲୋକ ଏବଂ ଉଡ଼ନ୍ତା ଥାଳିଆ ଉପସ୍ଥିତି ନେଇ ଏକ ବ୍ରିଟିଶ ବିମାନର ପାଇଲଟ୍‌ ସୂଚନା ଦେବାପରେ ଆର୍ୟଲ୍ୟାଣ୍ଡ ବିମାନ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ସେଦିନ ସେ ଏଭଳି ଅଜବ ଘଟଣା ଦେଖିବା ପରେ ସାନ୍ନନ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ତୁରନ୍ତ ସୂଚନା ଦେଇଥିଲେ।

କିଛି ଉଜ୍ଜଳବସ୍ତୁ କ୍ଷୀପ୍ରଗତିରେ ଚାଲିଯାଉଥିବା ଦେଖିବାପରେ ସେ ଭାବିଥିଲେ ସେଠାରେ କୌଣସି ସେନା ଅଭ୍ୟାସ ବା ସେହିଭଳି କିଛି ସେନା ସହିତ ଜଡ଼ିତ ଘଟଣା ଘଟିଛି। ତେଣୁ ସେ ଏବାବଦରେ ପଚାରି ବୁଝିବାକୁ ପ୍ରୟାସ କରିବାରୁ ଉତ୍ତରରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପକ୍ଷରୁ କୁହାଯାଇଥିଲା ସେଭଳି କିଛି ଘଟିନାହିଁ।

ପାଇଲଟ୍‌ଜଣକ କହିବା ଅନୁଯାୟୀ ଏହି ଉଜ୍ଜଳମୟ ବସ୍ତୁ ବିମାନର ବାମ ପଟେ ଆସି ଉତ୍ତର ଆଡ଼କୁ କ୍ଷୀପ୍ର ଗତିରେ ଚାଲିଯାଇଥିଲା, ପଲରେ କିଛି ସ୍ପଷ୍ଟ ଦେଖିହେବା ସମ୍ଭବ ହୋଇନଥିଲା। ଅନ୍ୟ କିଛି ପାଇଲଟ୍ ସମାନ ଘଟଣା ଦେଖିଥିବା କହିଥିବାବେଳେ ସେମାନେ ଉଡ଼ନ୍ତା ଥାଳିଆ ବୋଲି ସ୍ୱୀକାର କରିପାରିନାହାନ୍ତି। ବରଂ ଅନ୍ୟ କିଛି ହୋଇଥାଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ଆଇରିଶ୍‌ ଆଭିଏସନ୍‌ ଅଥରିଟି ଏହି ଘଟଣାର ତଦନ୍ତ କରୁଥିବାରୁ ସାନ୍ନନ୍ ବିମାନବନ୍ଦର ପକ୍ଷରୁ କୌଣସି ସୂଚନା ଦେବାକୁ ମନା କରାଯାଇଛି।



from Odisha Reporter https://ift.tt/2JZPNA5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages