
କଟକ (ଓଡ଼ିଶା ରିପୋର୍ଟର): କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ।
ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଛି। ଖୁବ୍ଶୀଘ୍ର ଅପରାଧୀଙ୍କୁ ଧରାଯିବ।
କୁହଯାଉଛି, ଚିହ୍ନାପରିଚିତ ବ୍ୟକ୍ତି ହିଁ ତାଙ୍କୁ ଗୁଳି କରିଛନ୍ତି।
from Odisha Reporter https://ift.tt/2DWKbXw
No comments:
Post a Comment