
ନୂଆଦିଲ୍ଲୀ: ଏୟାରସେଲ-ମାକ୍ସିସ୍ ମାମଲାରେ ଚଳିତ ମାସ ୨୬ ତାରିଖ ଯାଏ ଚିଦାମ୍ବରମ୍ ବାପ-ପୁଅ କାହାକୁ ମଧ୍ୟ ଗିରଫ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି କହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଅନ୍ତରୀଣ ସୁରକ୍ଷା ଅବଧି ନଭେମ୍ବର ୨୬କୁ ବଢ଼ାଇଦିଆଯାଇଛି।
ଏହାର ଗୋଟିଏ ଦିନ ଆଗରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ତ୍ତିଙ୍କୁ ହେପାଜତ୍କୁ ନେବାକୁ ଆବେଦନ କରିଥିଲେ।
ସେ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ଆଡିସିନାଲ୍ ସଲିସିଟର୍ ତୁଷାର ମେହଟାଙ୍କ ଜରିଆରେ ଇଡି ଏହି ଆବେଦନ କରିଥିଲେ।
ଏପରିକି ପି ଚିଦାମ୍ବରମ୍ ମଧ୍ୟ ଛଳନାତ୍ମକ ଏବଂ ଅସହଯୋଗ କରୁଥିବାରୁ ତାଙ୍କୁ ମଧ୍ୟ ହେପାଜତକୁ ନିଆଯାଇ ଜେରା କରିବାକୁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା।
from Odisha Reporter https://ift.tt/2Qa1KFL
No comments:
Post a Comment