
କଟକ(ଓଡ଼ିଶା ରିପୋର୍ଟର): ଐତିହାସିକ ବାଲିଯାତ୍ରାର ଆଜି ହେଉଛି ତୃତୀୟ ସନ୍ଧ୍ୟା। ଏଠାରେ ଚଟାପଟ୍ ଖାଦ୍ୟ ସହିତ ଘରକରଣା ଜିନିଷ ଓ ଦୋଳିର ମଜା ଉଠାଉଛନ୍ତି ଲୋକେ। ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୃତ୍ରିମ ଫୁଲ ଦୋକାନ।
ଗ୍ରାହକଙ୍କ ମନ ମୋହିବା ପାଇଁ ଦୋକାନୀ ବି ମେଲାଇଛନ୍ତି ବିଭିନ୍ନ କୃତ୍ରିମ ଫୁଲର ପସରା। ଟ୍ୟୁଲିପ୍, ଜିନିଆ, ଲିଲି, ଗୋଲାପ- ଏମିତି ଅନେକ ପ୍ରକାର ଫୁଲ ଦେଖିବାକୁ ମିଳୁଛି। ଘରସଜ୍ଜା ସାମଗ୍ରୀ ଭାବେ ଏଭଳି ଫୁଲକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି ଗ୍ରାହକ।
ସୋଲ, ଅଠା, କଞ୍ଚି, ବ୍ରୋଞ୍ଜ, ନେଟ୍ ସାହାଯ୍ୟରେ ଏମିତି କୃତ୍ରିମ ଫୁଲ ପ୍ରସ୍ତୁତ କରାଯାଇଛି। ଏହାକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ବିଭିନ୍ନ ରଙ୍ଗର ବ୍ୟବହାର ସହ ସତସତିକା ଫୁଲର ମହକ ଦିଆଯାଇଛି। ଫୁଲଗୁଡ଼ିକର ଦାମ୍ ୧୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଯାଏ ରହିଛି। ପକେଟ୍କୁ ସୁହାଇଲା ପରି ରେଟ୍ ଥିବାରୁ ଗ୍ରାହକମାନେ ଏହାକୁ କିଣି ନେଉଛନ୍ତି।
ପଶ୍ଚିମବଙ୍ଗରୁ ଗଲା ୨୦ ବର୍ଷ ହେଲା ବାଲିଯାତ୍ରାକୁ ଆସୁଛନ୍ତି ଫୁଲ ବ୍ୟବସାୟୀ। ପଲ୍ଲିଶ୍ରୀ ମେଳା ଭିତରେ ପ୍ରତ୍ୟେକ ବର୍ଷ ଏମାନେ ନିଜନିଜର ଫୁଲ ପସରା ମେଲାଇଥାନ୍ତି। ତେବେ ଚଳିତବର୍ଷ ବାଲିଯାତ୍ରା ୧୦ ଦିନ ଧରି ହେବାକୁ ଥିବାରୁ ବେଶ ଦି’ପଇସା ରୋଜଗାରର ଆଶା ରଖିଛନ୍ତି ଫୁଲ ବ୍ୟବସାୟୀ।
from Odisha Reporter https://ift.tt/2DIWPs3
No comments:
Post a Comment