
ଓଡ଼ିଶା ରିପୋର୍ଟର(ଭୁବନେଶ୍ୱର): ଓଲିଉଡ୍ର ହ୍ୟାଣ୍ଡସମ୍ ସିଙ୍ଗର୍ ସ୍ୱୟମ୍। ସେ ଖୁବ୍ କମ୍ ଗୀତ ଗାଇଛନ୍ତି, କିନ୍ତୁ ଯେତିକି ବି ଗାଇଛନ୍ତି ସେସବୁ ହିଟ୍ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍ରେ ନିର୍ମିତ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ୍’ରେ ତାଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଥିଲା। ‘ତୁ ମୋ ନୂଆ ସାୟେରି, ମୋ ନୂଆ କବିତା’ ଗୀତକୁ ଗାଇ ସ୍ୱୟମ୍ ରାତାରାତି ଷ୍ଟାର ସିଙ୍ଗର୍ ପାଲଟି ଯାଇଥିଲେ। ତାଙ୍କ ସ୍ୱରର ଯାଦୁ ଓ ମିଠାପଣ ଦର୍ଶକଙ୍କ ହୃଦୟକୁ ଖୁବ୍ ଛୁଇଁଥିଲା। ଏହା ପରେ ସ୍ୱୟମ୍ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଗୀତ ଦେଇ ଆସିଛନ୍ତି।
ତେବେ ଆଜି ଯାଏ ସ୍ୱୟମ୍ କେବଳ ବାବୁସାନ୍ଙ୍କ ଭିନ୍ନ ଭିନ୍ନ ଭୂମିକା ପାଇଁ ଗୀତ ଗାଇଛନ୍ତି ଏବଂ ଗୀତ ଗୁଡ଼ିକ ସୁପରହିଟ୍ ମଧ୍ୟ ହୋଇଛି। ଖୁବ୍ କମ୍ ଦିନ ମଧ୍ୟରେ ଢେର୍ ସଫଳତା ହାସଲ କରିସାରିଥିବା ସ୍ୱୟମ୍ ଆଗକୁ ଆଉ କାହା ପାଇଁ ଗୀତ ଗାଇବାକୁ ଚାହାନ୍ତି ବୋଲି ପଚାରିବାରୁ ଏହି ଟ୍ୟାଲେଣ୍ଟେଡ୍ ସିଙ୍ଗର୍ ସମସ୍ତଙ୍କ ପାଇଁ ଗୀତ ଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ସେ କହିବା କଥା, ଏଇଟା ତାଙ୍କ କ୍ୟାରିଅର୍ର ଆରମ୍ଭ ମାତ୍ର। ଏବେ ସେ ଗୀତ ଏବଂ ତାଙ୍କ ସ୍ୱର ଜରିଆରେ ନିଜର ନିଆରା ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି।
from Odisha Reporter https://ift.tt/2ESib8u
No comments:
Post a Comment